ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଧାୟକମାନଙ୍କୁ ଉଦୟପୁର ହୋଟେଲ୍‌କୁ ସ୍ଥାନାନ୍ତର କରିବ ରାଜସ୍ଥାନ କଂ‌ଗ୍ରେସ

Advertisment
ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଧାୟକମାନଙ୍କୁ ଉଦୟପୁର ହୋଟେଲ୍‌କୁ ସ୍ଥାନାନ୍ତର କରିବ ରାଜସ୍ଥାନ କଂ‌ଗ୍ରେସ

Image Courtesy of India Today

ଜୟପୁର: ବିଜେପି ପ୍ରଲୋଭନରେ ପଡ଼ିବାର ଆଶଙ୍କା ଥିବାରୁ ଜୁନ୍‌ ୧୦ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନର ବିଧାୟକମାନଙ୍କୁ ଉଦୟପୁରସ୍ଥିତ ଏକ ହୋଟେଲ୍‌କୁ ସ୍ଥାନାନ୍ତର କରିବା ଲାଗି କଂଗ୍ରେସ ସ୍ଥିର କରିଥିବା କଥା ଦଳସୂତ୍ରରୁ ଜଣାପଡ଼ିଛି।

ଏହା ବ୍ୟତୀରେକେ, ଶାସକ କଂଗ୍ରେସ ପାର୍ଟିକୁ ସମର୍ଥନ ଦେଇଥିବା ସ୍ବାଧୀନ ଏବଂ ଅନ୍ୟ ଦଳର ବିଧାୟକମାନଙ୍କୁ ମଧ୍ୟ ଉଦୟପୁରସ୍ଥିତ ଉକ୍ତ ହୋଟେଲ୍‌କୁ ସ୍ଥାନାନ୍ତର କରାଯିବ।

ସେଥିପାଇଁ ଜୟସାଲ୍‌ମେର୍‌ର ସୂର୍ଯ୍ୟଗଡ଼ରେ ପ୍ରାୟ ୪୦ଟି କୋଠରି ବୁକ୍‌ କରାଯାଇଛି। ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ କହିଛନ୍ତି, ଜୁନ୍‌ ୧୦ ତାରିଖ ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ୪ଟି ଆସନରୁ ରାଜ୍ୟ ବିଧାନସଭାରେ ୧୦୮ ବିଧାୟକ ଥିବା କଂଗ୍ରେସ ୨ଟି ଆସନରେ ବିଜୟ ହାସଲ କରିବ।

୨ଟି ଆସନରେ ବିଜୟ ହାସଲ କରିବା ପରେ କଂଗ୍ରେସର ୨୬ଟି ଭୋଟ୍‌ ବଳି ପଡ଼ିବ। ଅର୍ଥାତ୍‌ ୩ୟ ଆସନରେ ବିଜୟ ହାସଲ କରିବା ପାଇଁ ଆବଶ୍ୟକ ୪୧ ଖଣ୍ଡ ଭୋଟ୍‌ରୁ ୧୫ଟି ଊଣା ହେବ।

publive-image Image Courtesy of The Hindu

ଅନ୍ୟ ପକ୍ଷରେ, ରାଜ୍ୟ ବିଧାନସଭାରେ ୭୧ଜଣ ବିଧାୟକ ଥିବା ବିଜେପି ରାଜ୍ୟସଭା ନିର୍ବାଚନରେ ୧ଟି ଆସନରେ ବିଜୟ ଲାଭ କରିବ। ତା’ପରେ ବିଜେପିର ୩୦ଟି ଭୋଟ୍‌ ବଳିପଡ଼ିବ।

ମଙ୍ଗଳବାର ଦିନ ଗେହଲଟ୍‌ ଏବଂ କଂଗ୍ରେସ ପ୍ରାର୍ଥୀମାନେ ରାଜସ୍ଥାନର ୧୩ଜଣ ସ୍ବାଧୀନ ବିଧାୟକମାନଙ୍କ ମଧ୍ୟରୁ ୧୦ଜଣଙ୍କୁ ନେଇ ବୈଠକ କରିଥିଲେ।

ହରିୟାଣାର କଂଗ୍ରେସ ବିଧାୟକମାନଙ୍କୁ ମଧ୍ୟ ଜୟପୁର ନିଆଯିବ ଏବଂ ସେଥିପାଇଁ ପ୍ରସ୍ତୁତି ଚାଲିଛି ବୋଲି ଦଳସୂତ୍ରରୁ ସୂଚନା ମିଳିଛି।

ହରିୟାଣାରୁ ବରିଷ୍ଠ କଂଗ୍ରେସ ନେତା ଅଜୟ ମାକେନ୍‌ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଜଣେ ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାରୁ ବୁଝାମଣାରେ ସାମାନ୍ୟ ଅସୁବିଧା ଦେଖା ଦେଇଛି।

ଆସନ୍ତାକାଲି ବିଜେପି ମଧ୍ୟ ତା’ର ବିଧାୟକମାନଙ୍କୁ କୌଣସି ଏକ ହୋଟେଲ୍‌ରେ ଆବଦ୍ଧ କରି ରଖିବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe