ରାଜସ୍ଥାନରେ ଛକାପଂଝା ଜାରି : ୩ ଚାର୍ଟର୍ଡ ପ୍ଲେନ୍‌ରେ ଜୟସଲ୍‌ମେର ଗଲେ କଂଗ୍ରେସ ବିଧାୟକ

Advertisment
ରାଜସ୍ଥାନରେ ଛକାପଂଝା ଜାରି : ୩ ଚାର୍ଟର୍ଡ ପ୍ଲେନ୍‌ରେ ଜୟସଲ୍‌ମେର ଗଲେ କଂଗ୍ରେସ ବିଧାୟକ

newsbust.in

ଜୟପୁର : ରାଜସ୍ଥାନ କଂଗ୍ରେସରେ ବିଦ୍ରୋହକୁ ନେଇ ଉପୁଜିଥିବା ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଆଗାମୀ ଅଗଷ୍ଟ ୧୪ ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବା ବେଳେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗୋଷ୍ଠୀ ଏବଂ ବିଦ୍ରୋହୀ ନେତା ସଚିନ ପାଇଲଟ୍‌ଙ୍କ ଗୋଷ୍ଠୀ ମଧ୍ୟରେ ତୀବ୍ର ଛକାପଂଝା ଚାଲିଛି। ଆଉ କେତେକ କଂଗ୍ରେସ ବିଧାୟକ ଗେହଲଟ କ୍ୟାମ୍ପ୍‌ରୁ ପାଇଲଟ୍‌ କ୍ୟାମ୍ପ୍‌କୁ ପଳାଇଯିବା ଆଶଙ୍କା ଉପୁଜିବାରୁ ଏହାକୁ ନେଇ କଂଗ୍ରେସ ସତର୍କ ହୋଇଯାଇଛି। ଆଜି ୩ଟି ଚାର୍ଟର୍ଡ ବିମାନରେ କଂଗ୍ରେସ ବିଧାୟକମାନଙ୍କୁ ଜୟପୁରରୁ ଜୟସଲ୍‌ମେର ସ୍ଥାନାନ୍ତର କରାଯାଇଛି। ସମସ୍ତ ବିଧାୟକ ୧୪ ଅଗଷ୍ଟ ପର୍ଯ୍ୟନ୍ତ ଜୟସଲ୍‌ମେରରେ ରହିବେ। ବିଧାନସଭାରେ ଆସ୍ଥା ଭୋଟ୍‌ ପୂର୍ବରୁ ଏହି ବିଧାୟକମାନଙ୍କୁ ଆଉ ଜୟପୁରରେ ରଖିବା ନିରାପଦ ନଥିବାରୁ ସେମାନଙ୍କୁ ଆଜି ଏଭଳି ସ୍ଥାନାନ୍ତର କରାଯାଇଛି। ଗତକାଲି ଗେହଲଟ କହିଥିଲେ ଯେ ବିଧାନସଭା ଅଧିବେଶନ ପାଇଁ ତାରିଖ ଘୋଷଣା ହୋଇସାରିଥିବାରୁ ବିଧାୟକଙ୍କୁ ଖରିଦ୍‌ କରିବା ପାଇଁ ବଡ଼ ଷଡ଼ଯନ୍ତ୍ର କରାଯିବା ଆଶଙ୍କା ରହିଛି।

ରାଜସ୍ଥାନ କଂଗ୍ରେସ ପାଇଁ ଏବେ ବିଏସ୍‌ପି ମଧ୍ୟ ଏକ ସଙ୍କଟର କାରଣ ପାଲଟିଛି। ଗତବର୍ଷ ବିଏସ୍‌ପିର ସମସ୍ତ ୬ ବିଧାୟକ ଦଳ ଛାଡ଼ି କଂଗ୍ରେସରେ ସାମିଲ ହୋଇଯାଇଥିଲେ। ଏହାକୁ ଗେହଲଟଙ୍କ ଏକ ବଡ଼ ବିଜୟ ବୋଲି କୁହାଯାଉଥିବା ବେଳେ ଏବେ ଏହି ମାମଲାକୁ ନେଇ ବିଏସ୍‌ପି ଏବଂ ବିଜେପି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଗତକାଲି ରାଜସ୍ଥାନ ହାଇକୋର୍ଟ କଂଗ୍ରେସରେ ସାମିଲ ହୋଇଥିବା ୬ ବିଧାୟକ ଏବଂ ବାଚସ୍ପତିଙ୍କୁ ନୋଟିସ୍‌ କରି ୧୧ ତାରିଖ ସୁଦ୍ଧା ଜବାବ ଦାଖଲ କରିବା ପାଇଁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe