ରାଜସ୍ଥାନ ସଙ୍କଟ: ସ୍ଥିତାବସ୍ଥା ବଜାୟ ରହିବ, ହାଇକୋର୍ଟ

ପଞ୍ଜାବ ପରେ ରାଜସ୍ଥାନ ପାଳି, ବଦଳି ପାରନ୍ତି ମୁଖ୍ୟମନ୍ତ୍ରୀ !

Indian Express

ଜୟପୁର: ରାଜସ୍ଥାନରେ କଂଗ୍ରେସର ବିଦ୍ରୋହୀ ନେତା ସଚିନ ପାଇଲଟ୍‌ ଏବଂ ତାଙ୍କର ସମର୍ଥକ ୧୮ ଜଣ ବିଧାୟକଙ୍କୁ ଆଜି ହାଇକୋର୍ଟରୁ ବଡ଼ ଆଶ୍ବସ୍ତି ମିଳିଛି। ବିଦ୍ରୋହୀ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ବାଚସ୍ପତି ଯେଉଁ ନୋଟିସ୍‌ ଜାରି କରିଥିଲେ ସେ ସଂକ୍ରାନ୍ତରେ ସୁପ୍ରିମ୍‌ କୋର୍ଟ ରାୟ ଆସିବା ପର୍ଯ୍ୟନ୍ତ ବାଚସ୍ପତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ ବୋଲି ହାଇକୋର୍ଟ ଆଜି ସ୍ପଷ୍ଟ କରିଛନ୍ତି। ସୁପ୍ରିମ୍‌ କୋର୍ଟ କୌଣସି ରାୟ ଦେବାପରେ ହିଁ ଏହି ମାମଲାରେ ହାଇକୋର୍ଟ ରାୟ ପ୍ରକାଶ ପାଇବ ଏବଂ ସେ ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବା ନିମନ୍ତେ ଆଜି ହାଇକୋର୍ଟ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଏହି ମାମଲାରେ ହାଇକୋର୍ଟ ଯେଉଁ ରାୟ ପ୍ରକାଶ କରିବାର ଥିଲା ତାହାକୁ ସ୍ଥଗିତ ରଖାଯାଇଛି।

ମୁଖ୍ୟ ବିଚାରପତି ଇନ୍ଦ୍ରଜିତ ମହାନ୍ତିଙ୍କ ଖଣ୍ଡପୀଠ କହିଛନ୍ତି ଯେ ଏହି ମାମଲାରେ ବାଚସ୍ପତି ସି.ପି. ଯୋଶୀଙ୍କ ଆବେଦନ ଉପରେ ସୁପ୍ରିମ୍‌ କୋର୍ଟଙ୍କ ରାୟକୁ ଆମେ ଅପେକ୍ଷା କରିବୁ ଏବଂ ଏହା ପୂର୍ବରୁ କୌଣସି ଚୂଡ଼ାନ୍ତ ରାୟ ପ୍ରକାଶ ପାଇବ ନାହିଁ। ତେଣୁ ବାଚସ୍ପତି ଏହି ସମୟ ମଧ୍ୟରେ ‌ଅଯୋଗ୍ୟ ଘୋଷଣା ସଂକ୍ରାନ୍ତ ନୋଟିସ୍‌ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରପାରିବେ ନାହିଁ ବୋଲି ମୁଖ୍ୟ ବିଚାରପତି ସ୍ପଷ୍ଟ କରିଛନ୍ତି। ସଚିନ ପାଇଲଟ୍‌ ଗୋଷ୍ଠୀଙ୍କ ପାଇଁ ଏହା ଏକ ବଡ଼ ଆଶ୍ବସ୍ତିର କାରଣ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ଗୋଷ୍ଠୀକୁ ଝଟ୍‌କା ହୋଇଛି।
ଅନ୍ୟପକ୍ଷରେ ଆଜି ଏହି ମାମଲାରେ ହାଇକୋର୍ଟ ଅସନ୍ତୁଷ୍ଟ ବିଧାୟକଙ୍କ ଏକ ଆବେଦନକୁ ଗ୍ରହଣ କରି ଏଥିରେ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରିଛନ୍ତି। ମାମଲା ଦଳବଦଳ ବିରୋଧୀ ଆଇନ, ସାମ୍ବିଧାନିକ ଅଧିକାର ଏବଂ ବିଚାର ବିଭାଗର ଅଧିକାର ପରିସରକୁ ନେଇ ଚାଲିଥିବାରୁ ଏଥିରେ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe