ହତ୍ୟା ମାମଲା ରୁଜୁ ପରେ ରାଜସ୍ଥାନ ଡାକ୍ତରଙ୍କ ଆତ୍ମହତ୍ୟା, ଏସ୍‌ପି ଓ ଥାନା ଅଧିକାରୀ ନିଲମ୍ବିତ

Advertisment
ହତ୍ୟା ମାମଲା ରୁଜୁ ପରେ ରାଜସ୍ଥାନ ଡାକ୍ତରଙ୍କ ଆତ୍ମହତ୍ୟା, ଏସ୍‌ପି ଓ ଥାନା ଅଧିକାରୀ ନିଲମ୍ବିତ

India Today

ଜୟପୁର: ରାଜସ୍ଥାନର ଦୌସା ଜିଲ୍ଲାରେ ଜଣେ ଗର୍ଭବତୀ ମହିଳାଙ୍କୁ ହତ୍ୟା କରିଥିବା ନେଇ ଜଣେ ଡାକ୍ତରଙ୍କ ନାମରେ ମାମଲା ରୁଜୁ ହେବା ପରେ ସମ୍ପୃକ୍ତ ଡାକ୍ତର ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଡା. ଅର୍ଚ୍ଚନା ଶର୍ମା ମୃତ୍ୟୁ ପୂର୍ବରୁ ଏକ ଚିଠିରେ ଜନସାଧାରଣଙ୍କୁ ଅନୁରୋଧ କରି ଲେଖିଛନ୍ତି - ‘‘ମୋର ମୃତ୍ୟୁ ହୁଏତ ମୋର ନିର୍ଦ୍ଦୋଷତା ପ୍ରମାଣ କରିପାରେ। କିନ୍ତୁ ଦୟାକରି ନିରୀହ ଡାକ୍ତରମାନଙ୍କୁ ହଇରାଣ କରିବା ବନ୍ଦ କରନ୍ତୁ।’’ ସୂଚନାଯୋଗ୍ୟ ଡା. ଶର୍ମା ଦୌସାର ଏକ ଘରୋଇ ଡାକ୍ତରଖାନାରେ ନିଯୁକ୍ତ ଥିଲେ। ତାଙ୍କ ହସ୍ପିଟାଲରେ ଜଣେ ଗର୍ଭବତୀ ମହିଳାଙ୍କର ସ୍ବାସ୍ଥ୍ୟଗତ ଜଟିଳତା ଯୋଗୁ ମୃତ୍ୟୁ ହେବା ପରେ ପରିବାର ଲୋକ ଡାକ୍ତରଙ୍କ ଅବହେଳା ଯୋଗୁ ମୃତ୍ୟୁ ହେଲା ବୋଲି ଅଭିଯୋଗ କରିଥିଲେ। ଲାଲସୋଟ ପୁଲିସ ରାଜନୈତିକ ଚାପରେ ତାଙ୍କ ନାମରେ ଧାରା ୩୦୨ (ହତ୍ୟା)ରେ ମାମଲା ରୁଜୁ କରିଥିଲା। ଶର୍ମା ଆତ୍ମହତ୍ୟା ପୂର୍ବରୁ ଚିଠିରେ ଆହୁରି ଲେଖିଛନ୍ତି- ମୁଁ ମୋ ସ୍ବାମୀ ଓ ପିଲାମାନଙ୍କୁ ଭାରି ଭଲ ପାଏ। ମୋର ମୃତ୍ୟୁ ପରେ ଦୟାକରି ସେମାନଙ୍କୁ କେହି ହଇରାଣ କରନ୍ତୁ ନାହିଁ। ମୁଁ କିଛି ଭୁଲ କରିନି। ମୁଁ କାହାକୁ ମାରିନି। ପିପିଏଚ୍ ଏକ ଜଣାଶୁଣା ଜଟିଳତା ଯେଉଁଥିରେ ଉକ୍ତ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତର ଶର୍ମାଙ୍କ ଆତ୍ମହତ୍ୟା ଘଟଣା ପରେ ବୁଧବାର ଲାଲସୋଟ ଥାନା ଅଧିକାରୀ ଅଙ୍କିତ ଚୌଧରୀଙ୍କୁ ନିଲମ୍ବିତ କରାଯାଇଛି। ରାଜସ୍ଥାନ ସରକାର ମଧ୍ୟ ଦୌସା ଏସ୍‌ପିଙ୍କୁ ନିଲମ୍ବିତ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ଆଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe