ଭାରତର ସୁରକ୍ଷା ଏବଂ ଗୋପନୀୟତା ସହିତ ଯିଏ ଖେଳ ଖେଳିବ ତାକୁ ଛଡ଼ାଯିବ ନାହିଁ: ରାଜସ୍ଥାନର ଗୃହମନ୍ତ୍ରୀ

ପାକିସ୍ତାନ ପାଇଁ ଗୁପ୍ତଚର ଭାବେ କାମ କରୁଥିବା ଜ୍ୟୋତି ମାଲହୋତ୍ରା ଗିରଫ ହେବାପରେ ଘଟଣାକୁ ଗମ୍ଭୀରତା ସହ ନେଇ ରାଜସ୍ଥାନ ସରକାର ଏକ ବଡ଼ ପଦକ୍ଷେପ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ୀଦସୗଯଦୗସଯ

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୁପ୍ତଚର ଭାବେ କାମ କରୁଥିବା ହରିୟାଣାର ମହିଳା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସହ ଜଡିତ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। 

ପାକିସ୍ତାନ ପାଇଁ ଗୁପ୍ତଚର ଭାବେ କାମ କରୁଥିବା ଜ୍ୟୋତି ମାଲହୋତ୍ରା ଗିରଫ ହେବାପରେ ରାଜସ୍ଥାନ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି।

ଜ୍ୟୋତି ମାଲହୋତ୍ରାଙ୍କ ରାଜସ୍ଥାନ ଆସିବା ସହିତ ସୀମା ସଂଲଗ୍ନ ଗାଁଗୁଡ଼ିକୁ ଯିବା ଘଟଣାକୁ ଗମ୍ଭୀରତା ସହ ନେଇ ରାଜସ୍ଥାନ ସରକାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜ୍ୟୋତି ମାଲହୋତ୍ରାଙ୍କ ନିର୍ମିତ ଭିଡିଓ ଏବଂ ତାଙ୍କ କାର୍ଯ୍ୟକଳାପକୁ ନେଇ ସରକାର ସତର୍କ ହୋଇଯାଇଛନ୍ତି।

ରାଜସ୍ଥାନର ଗୃହମନ୍ତ୍ରୀ ଜବାହାର ସିଂହ ବେଧାମ ସ୍ପଷ୍ଟ କରିଛନ୍ତି,‘ ଯେ ମାମଲାର ଗମ୍ଭୀରତାକୁ ବିଚାର କରି ପୁଲିସ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକୁ ତଦନ୍ତ ହସ୍ତାନ୍ତର କରାଯାଇଛି। ସେ କହିଛନ୍ତି ଯେ ଭାରତର ସୁରକ୍ଷା ଏବଂ ଗୋପନୀୟତା ସହିତ ଯିଏ ବି ହାତାହାତି କରେ, ତାଙ୍କ ବିରୋଧ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ, ସେ ଯିଏ ବି ହୁଅନ୍ତୁ ନା କାହିଁକି।‘’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe