ଆଇଏସଆଇ ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗରେ ସରକାରୀ କର୍ମଚାରୀ ଗିରଫ

ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗରେ ରାଜସ୍ଥାନର ଜଣେ ସରକାରୀ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଗିରଫ ସରକାରୀ କର୍ମଚାରୀଙ୍କ ନାମ ଶକୁର ଖାନ ମାଙ୍ଗାନିୟାର ।

ସଯଂଂୗଯହ

ନୂଆଦିଲ୍ଲୀ: ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗରେ ରାଜସ୍ଥାନର ଜଣେ ସରକାରୀ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଗିରଫ ସରକାରୀ କର୍ମଚାରୀଙ୍କ ନାମ ଶକୁର ଖାନ ମାଙ୍ଗାନିୟାର ଥିବ‌ା ଜଣାପଡ଼ିଛି।

ଶକୁର ଖାନ ରାଜ୍ୟର ନିଯୁକ୍ତି ବିଭାଗରେ କାର୍ଯ୍ୟରତ ଥିଲେ। ଶକୁର ଖାନଙ୍କୁ ସିଆଇଡି ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକର ଏକ ମିଳିତ ଦଳ ଜୈସଲମେରସ୍ଥିତ ତାଙ୍କ କାର୍ଯ୍ୟାଳୟରୁ ଗିରଫ କରିଛି। ଗିରଫ ପରେ ମଙ୍ଗାନିୟାରଙ୍କୁ ଅଧିକ ପଚରାଉଚରା ପାଇଁ ଜୟପୁର ନିଆଯିବାର ଯୋଜନା କରାଯାଉଛି।

ସୂନାଯୋଗ୍ୟ, ଗୁପ୍ତଚର ଶକୁର ଖାନ କଂଗ୍ରେସ ସରକାରରେ ପୂର୍ବତନ ମନ୍ତ୍ରୀ ସାଲେହ ମହମ୍ମଦଙ୍କ ବ୍ୟକ୍ତିଗତ ସହାୟକ ଭାବରେ କାର୍ଯ୍ୟ କରୁଥିଲେ। ତଦନ୍ତକାରୀମାନେ ଶକୁର ମୋବାଇଲରୁ ଅନେକ ପାକିସ୍ତାନୀ ଫୋନ୍ ନମ୍ବର ପାଇଛନ୍ତି।
ଏହି ନମ୍ବରଗୁଡ଼ିକ ସମ୍ପର୍କରେ ଶକୁର କୌଣସି ସନ୍ତୋଷଜନକ ଉତ୍ତର ଏଯାବତ ଦେଇପାରି ନାହାଁନ୍ତି।

ଗିରଫ ପରେ ଶକୁର ସ୍ୱୀକାର କରି କହିଛନ୍ତି, ‘କିଛି ବର୍ଷ ମଧ୍ୟରେ ଅତି କମରେ ସେ ସାତ ଥର ପାକିସ୍ତାନ ଗସ୍ତ କରିଛନ୍ତି।’

ଏସପି ସୁଧୀର ଚୌଧୁରୀ ଏହି ଘଟଣାକୁ ନେଇ କହିଛନ୍ତି,‘ ଯେ ଉଚ୍ଚ ମୁଖ୍ୟାଳୟରୁ ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ପାଇବା ପରେ ତଦନ୍ତ ଆରମ୍ଭ କରାଯାଇଥିଲା। ଆମେ ସମସ୍ତ ତଥ୍ୟ ଯାଞ୍ଚ କରୁଛୁ । ଶକୁର ତାଙ୍କ ଫୋନରୁ ଅନେକ ଫାଇଲ୍ ଡିଲିଟ୍ କରି ଦେଇଛନ୍ତି।  ଡିଲିଟି ଫାଇଲଗୁଡ଼ିକର ବି ତଦନ୍ତ କରାଯିବ। ତାଙ୍କ ନାମରେ ଖୋଲାଯାଇଥିବା ଦୁଇଟି ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ବର୍ତ୍ତମାନ ତଦନ୍ତାଧୀନ ଅଛି। ’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe