୨୭ଟି ମୁସ୍‌ଲମାନ ଗ୍ରାମର ନାମ ପରିବର୍ତ୍ତନ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ ରାଜସ୍ଥାନ ସରକାର, ୮ଟିକୁ ମିଳିଲା ଅନୁମୋଦନ : ‘ମିଆଁକା ବାରା’ ହେଲା ‘ମହେଶ ନଗର’

Advertisment
୨୭ଟି ମୁସ୍‌ଲମାନ ଗ୍ରାମର ନାମ ପରିବର୍ତ୍ତନ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ ରାଜସ୍ଥାନ ସରକାର, ୮ଟିକୁ ମିଳିଲା ଅନୁମୋଦନ : ‘ମିଆଁକା ବାରା’ ହେଲା ‘ମହେଶ ନଗର’

ଜୟପୁର: ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଶାସିତ ରାଜ୍ୟ ରାଜସ୍ଥାନର  ୮ଟି ମୁସ୍‌ଲମାନ ଗ୍ରାମର ନାମ ପରିବର୍ତ୍ତନ ପାଇଁ କେନ୍ଦ୍ର ଅନୁମତି ପ୍ରଦାନ କରିଛି । ପୂର୍ବରୁ ଏହି ଗ୍ରାମଗୁଡ଼ିକର ନାମ ମୁସ୍‌ଲମାନ ଶାସକଙ୍କ ଦ୍ବାରା ନାମିତ  ହୋଇଥିଲା। ରାଜସ୍ଥାନର ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଗ୍ରାମ ନାମ ବଦଳାଯିବା କଥା ଉଠାଯାଇଛି। ରାଜ୍ୟର ବର୍ମର ଜିଲ୍ଲାରେ ପୂର୍ବରୁ ଯେଉଁ ଗ୍ରାମର ନାମ ‘ମିଆଁକା ବାରା’ ଥିଲା ତାହାକୁ ଏବେ ପରିବର୍ତ୍ତନ କରାଯାଇ ‘ମହେଶ ନଗର’ ନଗର କରାଯାଇଛି।

ଏହି ନାମ ବଦଳାଯିବାକୁ ନେଇ ରାଜ୍ୟ ସରକାର ଏହି ସଫେଇ ଦେଇଛନ୍ତି ଯେ, ଯେହେତୁ ଏହି ଗ୍ରାମଗୁଡ଼ିକରେ ଅଧିକ ସଂଖ୍ୟକ ହିନ୍ଦୁ ରହିଛନ୍ତି ତେଣୁ ଗ୍ରାମଗୁଡ଼ିକର ନାମ ମୁସଲ୍‌ମାନୀୟ ଶୈଳୀରେ ରହିବା ପ୍ରାସଙ୍ଗିକ ନୁହେଁ। ରାଜସ୍ଥାନର  ଜଣେ ଆଞ୍ଚଳିକ  ନେତା ଏ ସଂପର୍କରେ ଆଉ ଏକ କାରଣ ଦେଇଛନ୍ତି। ତାଙ୍କ କହିବା ମୁତାବକ ଗ୍ରାମଗୁଡ଼ିକର ନାମ ଏପରି ହୋଇଥିବାରୁ  ପୁଅ-ଝିଅଙ୍କର ବିବାହ ପ୍ରସ୍ତାବ ଲାଗିଲେ ଅପର ଗାଁର ଲୋକେ ଏହି ଗ୍ରାମଗୁଡ଼ିକ ମୁସ୍‌ଲମାନକୈନ୍ଦ୍ରିକ ବୋଲି ଚିନ୍ତା କରି ବିବାହ ଭାଙ୍ଗି ଦେଉଛନ୍ତି। ଗ୍ରାମର ନାମ ଅନେକ ବିବାହ ଭଙ୍ଗର କାରଣ ସାଜୁଛି।

ଗଣମାଧ୍ୟମ ରିପୋର୍ଟ ମୁତାବକ, ରାଜ୍ୟ ସରକାର  ରାଜ୍ୟର ୨୭ଟି ଗ୍ରାମର ନାମ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପ୍ରସ୍ତାବ ଦେଇଥିଲେ। ଏହାର ଉତ୍ତରରେ ମନ୍ତ୍ରାଳୟ ୮ଟି ଗ୍ରାମର ନାମ ପରିବର୍ତ୍ତନ ପାଇଁ ଅନୁମତି ଦେବା ପରେ ନାମ ପରିବର୍ତ୍ତନ କରାଯାଇଛି। ଉଲ୍ଳେଖଯ୍ୟୋ, ଗତ ଜୁଲାଇ ୫ ତାରିଖରେ ମୁଗଲ୍‌ ସରାଇ ରେଲ୍‌େଓ୍ଵ ଜଙ୍କସନ୍‌ର ନାମ ପରିବିର୍ତ୍ତନ କରାଯାଇ ପଣ୍ଡିତ ଦିନ ଦୟାଲ୍‌ ଉପାଧ୍ୟାୟ ଜଙ୍କସନ୍‌ କରି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe