ଅଗଷ୍ଟ ୧୪ରୁ ବିଧାନସଭା ଅଧିବେଶନ ଡାକିବାକୁ ରାଜି ହେଲେ ରାଜ୍ୟପାଳ କାଲରାଜ ମିଶ୍ର

Advertisment
ଅଗଷ୍ଟ ୧୪ରୁ ବିଧାନସଭା ଅଧିବେଶନ ଡାକିବାକୁ ରାଜି ହେଲେ ରାଜ୍ୟପାଳ କାଲରାଜ ମିଶ୍ର

Hindustan Times

ନୂଆଦିଲ୍ଲୀ: ଗେହଲଟ ସରକାରଙ୍କ ତିନୋଟି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ଶେଷରେ ଅଗଷ୍ଟ ୧୪ରୁ ବିଧାନସଭା ଅଧିବେଶନ ଡାକିବାକୁ ରାଜି ହୋଇଛନ୍ତି। ରାଜ୍ୟପାଳ କାଲରାଜ ମିଶ୍ରଙ୍କୁ ଅଶୋକ ଗେହଲଟ କ୍ୟାବିନେଟ ଚତୁର୍ଥ ଥର ପାଇଁ ସଂଶୋଧିତ ପ୍ରସ୍ତାବ ପଠାଇବା ପରେ ଶେଷରେ ରାଜ୍ୟପାଳ ବିଧାନସଭା ଅଧିବେଶନ ପାଇଁ ରାଜି ହୋଇଛନ୍ତି। ରାଜସ୍ଥାନ ବିଧାନସଭା ଅଧିବେଶନ ପାଇଁ ରାଜ୍ୟପାଳଙ୍କ ନିକଟକୁ ଚତୁର୍ଥ ପ୍ରସ୍ତାବ ପଠାଇବାର ଦୁଇ ଘଣ୍ଟା ପରେ ରାଜ ଭବନ ପକ୍ଷରୁ ଅଗଷ୍ଟ ୧୪ରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ ବୋଲି ଘୋଷଣା କରାଯାଇଥିଲା।

Rajasthan News LIVE Updates: Governor agrees on assembly session ... India Today

ତୃତୀୟ ଥର ପାଇଁ ବିଧାନସଭା ଅଧିବେଶନକୁ ନେଇ ପ୍ରସ୍ତାବ ପଠାଯିବା ପରେ ଜୁଲାଇ ୩୧ରୁ ବିଧାନସଭା ଅଧିବେଶନ ଡକାଇବା ପ୍ରସ୍ତାବକୁ ଫେରାଇ ଦେଇଥିଲେ ରାଜ୍ୟପାଳ। ଏହା ପରେ ମୁଖ୍ୟମନ୍ତ୍ରୀ ଗେହଲଟ ରାଜ ଭବନରେ ପହଞ୍ଚି ରାଜ୍ୟପାଳଙ୍କ ସହ କଥା ହୋଇଥିଲେ। କିଛି ସମୟର କଥାବାର୍ତ୍ତା ‌ପରେ ଅଗଷ୍ଟ ୧୪ରେ ବିଧାନସଭା ଅଧିବେଶନ ଡାକିବାକୁ ଚତୁର୍ଥ ପ୍ରସ୍ତାବ ଦେଇଥିଲା ଗେହଲଟ କ୍ୟାବିନେଟ। ପ୍ରସ୍ତାବ ପାଇବାର ଦୁଇ ଘଣ୍ଟା ପରେ ରାଜ୍ୟପାଳ ଅଗଷ୍ଟ ୧୪ରେ ବିଧାନସଭା ଅଧିବେଶନ ଡାକିବାକୁ ରାଜି ହୋଇଥିଲେ ବୋଲି ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe