Image Courtesy of TOI
ଜୟପୁର: ଏସ୍ଏମ୍ଏସ୍ ଷ୍ଟାଡିୟମ୍ରେ ଏକ ବିଶାଳ ଅନୁଷ୍ଠାନ ଆୟୋଜନ କରି ନଭେମ୍ବର ୮ ତାରିଖ ଦିନ ବିମୁଦ୍ରାୟନର ପ୍ରଥମ ବାର୍ଷିକୀ ପାଳନ କରୁଛି ବସୁନ୍ଧରା ରାଜେ ସରକାର। ଏଥିରେ ୫୦ ହଜାର ବ୍ୟକ୍ତି ଏକତ୍ର ହୋଇ ଜାତୀୟ ସଙ୍ଗୀତ ଜନ ଗଣ ମନ ଏବଂ ଜାତୀୟ ଗୀତ ବନ୍ଦେ ମାତରଂ ଗାନ କରିବେ।
ଏଭଳି ପଦକ୍ଷେପ ବିରୋଧୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଉଦ୍ରେକ କରିଛି। ସେମାନେ ଅଭିଯୋଗ କରିଛନ୍ତି ଯେ ନିଜର ବିଫଳତା ଲୁଚାଇବାକୁ ବିଜେପି ଅତି ଜାତୀୟତାବାଦ ଆଶ୍ରୟ ନେଉଛି।
ଜୟପୁର ମେୟର୍ ଆଶୋକ ଲାହୋଟି, ଯଥାକ୍ରମେ କାର୍ଯ୍ୟ ଦିବସ ଆରମ୍ଭ ହେବା ପୂର୍ବରୁ ଏବଂ ଘରକୁ ବାହୁଡ଼ିବା ପୂର୍ବରୁ ଜୟପୁର ମ୍ୟୁନିସ୍ପାଲ୍ କର୍ପୋରେସନ୍ର କର୍ମଚାରୀମାନେ ଜାତୀୟ ସଙ୍ଗୀତ ଏବଂ ଜାତୀୟ ଗୀତ ଗାଇବା ବାଧ୍ୟତାମୂଳକ କରିବାର ମାତ୍ର ତିନି ଦିନ ପରେ ରାଜସ୍ଥାନ ସରକାର ଏ ପରି ନିଷ୍ପତ୍ତି ନେଇଛନ୍ତି।
ଯୁବ ଓ କ୍ରୀଡ଼ା ବିଭାଗ ଅଧୀନସ୍ଥ ରାଜସ୍ଥାନ ୟୋଥ୍ ବୋର୍ଡ ଏବଂ ଆର୍ଏସ୍ଏସ୍ ସମର୍ଥୀତ ହିନ୍ଦୁ ସ୍ପିରିଚୁଆଲ୍ ଆଣ୍ଡ୍ ସର୍ଭିସ୍ ଫାଉଣ୍ଡେସନଙ୍କ ସହଯୋଗରେ ଏହି ଅନୁଷ୍ଠାନ ଆୟୋଜିତ ହେଉଛି।
ନଭେମ୍ବର ୮ ତାରିଖ ଦିନ ବିମୁଦ୍ରାୟନର ପ୍ରଥମ ବାର୍ଷିକି ପାଳନ କରାଯିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହେଉଛନ୍ତି ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ। ପରିବାର, ପରିବେଶ ଏବଂ ଦେଶ ପାଇଁ ପ୍ରେମ ଉଦ୍ରେକ କରାଇବା ଏହି ଅନୁଷ୍ଠାନର ଉଦ୍ଦେଶ୍ୟ।
କଲ୍ୟାଣଜୀ-ଆନନ୍ଦଜୀ ପ୍ରସିଦ୍ଧିର ବର୍ଷିୟାନ ବଲିଉଡ୍ ସଙ୍ଗୀତକାର ଆନନ୍ଦଜୀ ଏହି କାର୍ଯ୍ୟକ୍ରମରେ ହିନ୍ଦୀ ସିନେମାରୁ ଦେଶାତ୍ମବୋଧ ସ୍ୱର ବାଜଣା କରିବେ। ଏହି ଦୁଇଘଣ୍ଟିଆ କାର୍ଯ୍ୟକ୍ରମରେ ସାମିଲ୍ କରାଯାଇଥିବା ଯୋଗ ଶିବିରରେ ମଧ୍ୟ ରାଜେ ନେତୃତ୍ୱ ନେବେ।
ବିମୁଦ୍ରାୟନ ବାର୍ଷିକୀ ଦିନ ବିରୋଧୀମାନେ ମଧ୍ୟ କଳା ଦିବସ ପାଳନ ଡାକରା ଦେଇଛନ୍ତି।
ଏଚ୍ଏସ୍ଏସ୍ଏଫ୍ ୪୦୦ ଘରୋଇ ସ୍କୁଲ୍ଙ୍କୁ ଏହି କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କରିଛି। ବହୁ ଏନ୍ଜିଓ, ସାମାଜିକ ଏବଂ ଧାର୍ମିକ ଅନୁଷ୍ଠାନ ସବୁକୁ ନିମନ୍ତ୍ରଣ ଦିଆଯାଇଥିଲେ ବି ବିବାଦ ଏଡ଼ାଇବାକୁ ରାଜ୍ୟ ସରକାର କୌଣସି ସରକାରୀ କର୍ମଚାରୀଙ୍କୁ ନିମନ୍ତ୍ରଣ କରି ନାହାନ୍ତି।
Follow Us