୧୫ ଲକ୍ଷ କୃଷକଙ୍କୁ ବିଜୁଳି ବିଲରେ ରିହାତି ଦେବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

୧୫ ଲକ୍ଷ କୃଷକଙ୍କୁ ବିଜୁଳି ବିଲରେ ରିହାତି ଦେବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

India TV

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ‘ମୁଖ୍ୟମନ୍ତ୍ରୀ କିଷାନ ମିତ୍ର ଏନର୍ଜୀ ଯୋଜନା’ର ଶୁଭାରମ୍ଭ କରିଛନ୍ତି । ଆଜି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଥିବା ୧୫ ଲକ୍ଷ କୃଷକ ପରିବାରକୁ ପ୍ରତି ମାସର ବିଜୁଳି ବିଲ ଉପରେ ରାଜ୍ୟ ସରକାର ୧ ହଜାର ଟଙ୍କା ଛାଡ କରିବେ । ଏହି ରିହାତି ଅର୍ଥ ସିଧାସଳଖ ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାକୁ ଆସିବ । ଏହାସହ ଚଳିତ ବର୍ଷ ମେ' ମାସର ବିଜୁଳି ବିଲଠାରୁ ଏହି ଯୋଜନା ଲାଗୁ ହେବ ।

ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟ୍ ଟ୍ୱିଟ୍ ଜରିଆରେ ଏହି ସୂଚନା ଦେଇଛନ୍ତି । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, କୃଷକମାନଙ୍କର ସ୍ୱାର୍ଥକୁ ରାଜ୍ୟ ସରକାର ସର୍ବଦା ପ୍ରାଥମିକତା ଦେଇ ଆସୁଛନ୍ତି । ଏହି କ୍ରମରେ ତାଙ୍କ ସରକାର କୃଷକମାନଙ୍କର ଆର୍ଥିକ ବିକାଶ ଓ ମଙ୍ଗଳ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଯୋଜନାର ଲାଭ ବି ଭାଗଚାଷୀ ପାଇପାରିବେ । ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାର ପ୍ରତିବର୍ଷ ୧୪୫୦ କୋଟି ଟଙ୍କା ଖର୍ଚ୍ଚ କରିବେ ।ଅନ୍ୟପଟେ ରାଜସ୍ଥାନ ସରକାର ଘୋଷଣା କରିଥିବା ଏହି ଯୋଜନାର ଲାଭ ସେହିମାନେ ପାଇପାରିବେ ନାହିଁ, ଯେଉଁମାନଙ୍କର ପୂର୍ବରୁ ବିଜୁଳି ବିଲ୍ ବାକି ରହିଛି ।

Rajasthan government cm ashok gehlot has decided to increase dearness allowance of state government employees and pensioners - केंद्र के बाद राजस्थान सरकार ने महंगाई भत्ते में किया इजाफा ... Hindustan

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଥିବା ବସୁନ୍ଧରା ରାଜେ ସିନ୍ଧିଆ ଏଭଳି ଏକ ଯୋଜନା କରି କୃଷକମାନଙ୍କୁ ପ୍ରତିମାସ ୮୩୩ ଟଙ୍କାର ସହାୟତା ଯୋଗାଇ ଦେଉଥିଲେ । ହେଲେ ଅଶୋକ ଗେହଲଟ୍ ମୁଖ୍ୟମନ୍ତ୍ରୀ ହେବା ପରେ ଏହି ଯୋଜନାକୁ ବନ୍ଦ କରିଦେଇଥିଲେ । ହେଲେ ଏବେ ଗେହଲଟ ସରକାର ଏକ ନୂଆ ଯୋଜନା ମାଧ୍ୟମରେ ଏହାକୁ ପୁଣି ଥରେ ଆରମ୍ଭ କରିବାକୁ ଯାଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe