ବଜାର ମୂଲ୍ୟ ଠାରୁ ଶସ୍ତାରେ ଇଲେକ୍ଟ୍ରୋନିକ୍‌ ସାମଗ୍ରୀ ବିକ୍ରୟ କରିବ ରାଜସ୍ଥାନ ସରକାରଙ୍କ ମଲ୍‌ଟି-ବ୍ରାଣ୍ଡ୍‌ ଷ୍ଟୋର୍‌

Advertisment
ବଜାର ମୂଲ୍ୟ ଠାରୁ ଶସ୍ତାରେ ଇଲେକ୍ଟ୍ରୋନିକ୍‌ ସାମଗ୍ରୀ ବିକ୍ରୟ କରିବ ରାଜସ୍ଥାନ ସରକାରଙ୍କ ମଲ୍‌ଟି-ବ୍ରାଣ୍ଡ୍‌ ଷ୍ଟୋର୍‌

ନୂଆଦିଲ୍ଲୀ: ଫେଡେରେସନ୍‌ ଅଫ୍‌ କଞ୍ଜ୍ୟୁମର୍ସ କୋପରେଟିଭ୍‌ ହୋଲ୍‌ସେଲ୍‌ ଷ୍ଟୋର୍ସ ଲିମିଟେଡ୍‌ (କୋନ୍‌ଫେଡ୍‌) ସହ ମିଶି ରାଜସ୍ଥାନ ସରକାର ବଜାର ମୂଲ୍ୟ ଠାରୁ ଶସ୍ତାରେ ଇଲେକ୍ଟ୍ରୋନିକ୍‌ ସାମଗ୍ରୀ ବିକ୍ରୟ କରିବେ।

ଏହି ଉଦ୍ଦେଶ୍ୟରେ ସରକାର ଜୟପୁରରେ ୫ଟି ମଲ୍‌ଟି-ବ୍ରାଣ୍ଡ୍‌ ଷ୍ଟୋର୍‌ ଖୋଲିବେ ଏବଂ ଏହାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍‌ ଉଦ୍‌ଘାଟନ କରିବେ।

ଆଗରୁ ଏହି ଷ୍ଟୋର୍‌ଗୁଡ଼ିକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଏମ୍‌ ବସୁନ୍ଧରା ରାଜେଙ୍କ ଦ୍ୱାରା ଉଦ୍ଘାଟନ କରାଯିବାର ଥିଲା। କିନ୍ତୁ ରାଜସ୍ଥାନ ବିଧାନସଭା ନିର୍ବାଚନ ଲାଗି ଆଚରଣ ବିଧି ଲାଗୁ ହୋଇଯିବାରୁ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଥିଲା।

ଏ ଭଳି ମଲ୍‌ଟି-ବ୍ରାଣ୍ଡ୍‌ ଷ୍ଟୋର୍‌ ପ୍ରଥମଟି ଜୟପୁରର ନିବରୁ ରୋଡ୍‌ରେ ଖୋଲାଯିବ, ପରେ ମାର୍ଚ ମାସରେ ଗୋପାଳପୁର, ନିର୍ମାଣ ନଗର, ମାନସରୋବର ଠାରେ ଏହି ଷ୍ଟୋର୍‌ ଖୋଲାଯିବ।

ଘରକରଣା ଜିନିଷ ସହ ସମସ୍ତ ପ୍ରକାର ଇଲେକ୍ଟ୍ରୋନିକ୍‌ ଜିନିଷ ବଜାର ଦର ଠାରୁ ଶସ୍ତାରେ ଏହି ଷ୍ଟୋର୍‌ଗୁଡ଼ିକରେ ବିକ୍ରୟ କରାଯିବ। ସାମ୍‌ସଙ୍ଗ୍‌ ଏବଂ ମାଇକ୍ରୋମ୍ୟାକ୍ସ ଭଳି କମ୍ପାନି ସହ ଏଥିପାଇଁ କଥାବାର୍ତ୍ତା ଚାଲିଥିବା କଥା କୋନ୍‌ଫେଡ୍‌ର ପରିଚାଳନା ନିର୍ଦେଶକ ରାଇସିଂହ ମୋଜାଓ୍ଵତ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe