Image Courtesy of Hindustan Times
ନୂଆଦିଲ୍ଲୀ: ରାଜସ୍ଥାନରେ ରାଜନୈତିକ ବିବାଦ ଚାଲିଥିବା ମଧ୍ୟରେ କୋଭିଡ୍-୧୯ ମହାମାରୀ ପରିସ୍ଥିତି ଯୋଗୁଁ ରାଜ୍ୟପାଳ କଲରାଜ ମିଶ୍ର ସ୍ବାଧୀନତା ଦିବସରେ ଆୟୋଜନ ହେଉଥିବା ‘ଆଟ୍ ହୋମ୍’ କାର୍ଯ୍ୟକ୍ରମ ବାତିଲ କରିଛନ୍ତି।
ମିଶ୍ରଙ୍କ କାର୍ଯ୍ୟାଳୟରୁ ଜାରି ବିବୃତି ଅନୁସାରେ, ରାଜ୍ୟରେ କୋଭିଡ୍-୧୯ କାରଣରୁ ଉପୁଜିଥିବା ପରିସ୍ଥିତି ଯୋଗୁଁ ରାଜଭବନରେ ଆୟୋଜନ ହେଉଥିବା ବାର୍ଷିକ କାର୍ଯ୍ୟକ୍ରମ ଏ ବର୍ଷ ବାତିଲ କରାଯାଇଛି।
ମଙ୍ଗଳବାର ଦିନ ମିଶ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁଙ୍କୁ ରାଜସ୍ଥାନରେ କରୋନାଭାଇରସ୍ ଜନିତ ପରିସ୍ଥିତି ବିଷୟରେ ଚୁମ୍ବକେ ଅଲୋଚନା କରିଥିଲେ। ସେମାନଙ୍କୁ ରାଜ୍ୟପାଳ କହିଥିଲେ ଯେ, କରୋନାଭାଇରସ୍ ସଂକ୍ରମଣ ରୋକିବାକୁ ସମଗ୍ର ରାଜ୍ୟରେ ଦ୍ବାର ଦ୍ବାର ବୁଲି ସର୍ବେକ୍ଷଣ କରାଯାଉଛି।
Follow Us