ସଚିନ ପାଇଲଟଙ୍କ ସମେତ ୧୯ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଜୁଲାଇ ୨୧ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ପରିବେନି ବାଚସ୍ପତି; ନିର୍ଦ୍ଦେଶଦେଲେ ରାଜସ୍ଥାନ ହାଇକୋର୍ଟ

Advertisment
ପଞ୍ଜାବ ପରେ ରାଜସ୍ଥାନ ପାଳି, ବଦଳି ପାରନ୍ତି ମୁଖ୍ୟମନ୍ତ୍ରୀ !

Indian Express

ଜୟପୁର: ଆଜି (ଶୁକ୍ରବାର) ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ରାଜସ୍ଥାନ ହାଇକୋର୍ଟ ସଚିନ ପାଇଲଟଙ୍କ ସମେତ ୧୯ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ପକ୍ଷରୁ ଆଗତ ମାମଲାର ପରବର୍ତ୍ତୀ ଶୁଣାଣିକୁ ଆସନ୍ତା ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଏଥିସହ କଂଗ୍ରେସର ଏହି ୧୯ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ବିଧାନସଭା ବାଚସ୍ପତି ଆସନ୍ତା ଜୁଲାଇ ୨୧ ତାରିଖ ପର୍ଯ୍ୟନ୍ତ କୌଣସି ପ୍ରକାରର ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

ସଚିନ ପାଇଲଟଙ୍କ ସମେତ ୧୯ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ସେମାନଙ୍କ ସଦସ୍ୟତାକୁ ରଦ୍ଦ କରି ବିଧାନସଭା ବାଚସ୍ପତି ଜାରି କରିଥିବା ବିଜ୍ଞପ୍ତି ବିରୋଧରେ ଆଗତ ମାମଲାର ଶୁଣାଣି କରି ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଇନ୍ଦ୍ରଜିତ ମହାନ୍ତି ଏବଂ ଜଷ୍ଟିସ ପ୍ରକାଶ ଗୁପ୍ତାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ବାଚସ୍ପତିଙ୍କୁ ଜୁଲାଇ ୨୧ ତାରିଖ ପର୍ଯ୍ୟନ୍ତ ଏହି ବିଦ୍ରୋହୀ ବିଧାୟକମାନଙ୍କ କୌଣସି ପଦକ୍ଷେପ ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ଆଜିର ଶୁଣାଣି କାଳରେ ସଚିନ ପାଇଲଟଙ୍କ ସମେତ ୧୯ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ପକ୍ଷରୁ ରାଜସ୍ଥାନ ହାଇକୋର୍ଟରେ ପକ୍ଷ ରଖୁଥିବା

publive-image LiveLaw

ବରିଷ୍ଠ ଆଇନଜୀବୀ ହରିଶ ସାଲଭେ କହିଥିଲେ ଯେ ବିଧାନସଭା ବାହାରେ ବିଧାୟକମାନଙ୍କର କୌଣସି କାର୍ଯ୍ୟକୁ ନେଇ ବାଚସ୍ପତି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷିତ କରିପାରିବେ ନାହିଁ କିମ୍ବା ସେମାନଙ୍କର ସଦସ୍ୟତାକୁ ମଧ୍ୟ ରଦ୍ଦ କରିପାରିବେ। ଏହା ଅଣ ସାମ୍ବିଧାନିକ ଏବଂ ତାଙ୍କ କ୍ଷମତା ପରିସରର ବାହାରେ। ଗଣତନ୍ତ୍ରରେ ମତଭେଦ ହେଉଛି ଏକ ଆଭ୍ୟନ୍ତରୀଣ ବିଷୟ। ଏହାକୁ ବିଦ୍ରୋହ ବୋଲି ବିବେଚନା କରିହେବ ନାହିଁ। ଏକ ଗଣତାନ୍ତ୍ରିକ ସରକାରରେ କାହାର ଏକଛତ୍ରବାଦ ବିରୋଧରେ ସ୍ବର ଉତ୍ତୋଳନ ବିଦ୍ରୋହ ନୁହେଁ। ତେଣୁ, ବାଚସ୍ପତିଙ୍କ ଦ୍ୱାରା ଏହି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା ସହ ସଦସ୍ୟତାକୁ ରଦ୍ଦ କରି ଜାରି କରିଥିବା ବିଜ୍ଞପ୍ତି ସେମାନଙ୍କ ‘ବାକ୍‌- ସ୍ୱାଧୀନତା’କୁ କ୍ଷୁଣ୍ଣ କରୁଛି ବୋଲି ଆଇନଜୀବୀ ସାଲଭେ ଯୁକ୍ତି ବାଢ଼ିଥିଲେ।
ବିଧାନସଭା ବାହାରେ ମୁଖ୍ୟମନ୍ତ୍ରୀ ଯଦି ତାଙ୍କ ଘରେ କିମ୍ବା ହୋଟେଲରେ ବୈଠକ ଡାକନ୍ତି ତେବେ ସେଥିପାଇଁ ଦଳୀୟ ବିଧାୟକମାନଙ୍କ ଉପରେ ହ୍ଵିପ୍‌ ଜାରି କରାଯାଇ ପାରିବ ନାହିଁ। ହ୍ଵିପ୍‌ କେବଳ ମାତ୍ର ବିଧାନସଭା ଗୃହ ଭିତର ପ୍ରକ୍ରିୟା ପାଇଁ ପ୍ରଯୁଜ୍ୟ, ତାହା ପୁଣି ଯେତେବେଳେ ବିଧାନସଭା ଅଧିବେଶନରେ ଚାଲିଥିବ ବୋଲି ନିଜର ପକ୍ଷରଖି କହିଥିଲେ ଆଇନଜୀବୀ ସାଲଭେ। ଅନ୍ୟତମ ସିନିୟର ଆଡଭୋକେଟ ମୁକୁଲ ରୋହତଗୀ ମଧ୍ୟ ଆବେଦନକାରୀଙ୍କ ପାଇଁ ହାଜର ହୋଇ ସାଲଭେଙ୍କ ଯୁକ୍ତିକୁ ଦୋହରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe