ପାଇଲଟ୍‌-ଗେହଲଟ୍ ମାମଲା ଶୁଣାଣି ସ୍ଥଗିତ ରଖି ସ୍ଥିତାବସ୍ଥା ବଜାୟ ରଖିବାକୁ ବାଚସ୍ପତିଙ୍କୁ କହିଲେ ରାଜସ୍ଥାନ ହାଇକୋର୍ଟ

Advertisment
ପାଇଲଟ୍‌-ଗେହଲଟ୍ ମାମଲା ଶୁଣାଣି ସ୍ଥଗିତ ରଖି ସ୍ଥିତାବସ୍ଥା ବଜାୟ ରଖିବାକୁ ବାଚସ୍ପତିଙ୍କୁ କହିଲେ ରାଜସ୍ଥାନ ହାଇକୋର୍ଟ

Image Courtesy of HindustanTimes

ଜୟପୁର: ସଚିନ୍ ପାଇଲଟ୍ ଏବଂ ଅନ୍ୟ ୧୮ ଜଣ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ଅଯୋଗ୍ୟତା ମାମଲାର ଶୁଣାଣି ସ୍ଥଗିତ ରଖି ସ୍ଥିତାବସ୍ଥା ବଜାୟ ରଖିବାକୁ ଶୁକ୍ରବାର ଦିନ ରାଜସ୍ଥାନ ହାଇକୋର୍ଟ ଆଦେଶ ଦେଇଛନ୍ତି।

publive-image Image Courtesy of India Today

ଏଭଳି ଆଦେଶ ଦେଇ ଅଦାଲତ ବାଚସ୍ପତି ସିପି ଯୋଶୀଙ୍କୁ ଜୁଲାଇ ୧୪ ତାରିଖ ଅଯୋଗ୍ୟତା ନୋଟିସ୍‌ ଉପରେ କାର୍ଯ୍ୟପନ୍ଥା ଗ୍ରହଣ କରିବାରେ ଅନ୍ତରାୟ ସୃଷ୍ଟି କରିଛନ୍ତି। ଏହି ମାମଲାରେ କେନ୍ଦ୍ରକୁ ପକ୍ଷଭୁକ୍ତ କରିବା ଲାଗି ପାଇଲଟ୍‌ଙ୍କ ଅନୁରୋଧରେ ହାଇକୋର୍ଟ ରାଜି ହେବା ପରେ ଉକ୍ତ ଆଦେଶ ଜାରି କରାଯାଇଛି। କେନ୍ଦ୍ରକୁ ପକ୍ଷଭୁକ୍ତ କରିବାକୁ ପାଇଲଟ୍ ଆବେଦନ କରିଥିଲେ। ସେ ଏଥିରେ ଦର୍ଶାଇଥିଲେ ଯେ, ଦଶମ ଅନୁସୂଚୀରେ ଥିବା ସାମ୍ବିଧାନିକ ବୈଧ୍ୟତାକୁ ଚାଲେଞ୍ଜ୍ କରିହେବ। ସେହି କାରଣରୁ କେନ୍ଦ୍ର ସରକାର ପକ୍ଷଭୁକ୍ତ ହେବା ଆବଶ୍ୟକ।

ଏହାଛଡ଼ା ବାଚସ୍ପତି ମଧ୍ୟ ସୁପ୍ରିମ୍ କୋର୍ଟରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଥିଲେ। ସୋମବାର ଦିନ ସୁପ୍ରିମ୍ କୋର୍ଟ ବାଚସ୍ପତିଙ୍କ ଅଯୋଗ୍ୟତା ନୋଟିସ୍‌ ମାମଲାର ପୁଣି ଶୁଣାଣି ଆରମ୍ଭ ନ କରିବାଯାଏଁ ପାଇଲଟ୍ ଓ ଅନ୍ୟ ୧୮ଜଣ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ବାଚସ୍ପତି ଜାରି କରିଥିବା ଅଯୋଗ୍ୟତା ନୋଟିସ୍‌କୁ ଚ୍ୟାଲେଞ୍ଜ୍ କରି ପାଇଲଟ୍ ଏବଂ ଅନ୍ୟ ୧୮ଜଣ ବିଦ୍ରୋହୀ ବିଧାୟକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe