ରାଜସ୍ଥାନର ନାବାଳିକା ଦୁଷ୍କର୍ମ ଓ ହତ୍ୟାକାରୀକୁ ମୃତ୍ୟୁଦଣ୍ଡାଦେଶ

Advertisment
କ୍ରାଇମବ୍ରାଞ୍ଚକୁ ବଡ଼ ଝଟ୍‌କା: ଚୌଦ୍ବାର ଜେଲ୍ ଆସିବାକୁ ନିମହାଂସ୍‌ର ନା

Freepik

ଜୟପୁର: ରାଜସ୍ଥାନ ଆଜମେରର ଏକ ସ୍ବତନ୍ତ୍ର କୋର୍ଟ ଗତ ଜୁନ୍ ମାସରେ ଜଣେ ୧୧ ବର୍ଷୀୟା ବାଳିକାକୁ ବଳାତ୍କାର କରି ହତ୍ୟା କରିଥିବା ସୁରେନ୍ଦ୍ର ଓରଫ ସନ୍ତୁ ନାମକ ଅପରାଧୀକୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ବିଚାରପତି ରତନଲାଲ ମୁଣ୍ଡ୍ ସୋମବାର ସନ୍ତୁକୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ମଙ୍ଗଳବାର ଉକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ଗତ ଜୁନ୍ ୨୧ ତାରିଖରେ ଜଣେ ୧୧ ବର୍ଷୀୟା ବାଳିକା ଛେଳି ଚରାଇବାକୁ ଯାଇ ଆଉ ଘରକୁ ଫେରି ନ ଥିଲା। ପାହାଡ଼ ଉପରେ ତା’ର କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଅନୁସନ୍ଧାନରୁ ଏ କାମ ସନ୍ତୁର ବୋଲି ଜଣାପଡ଼ିବା ପରେ ପୁଲିସ ତାକୁ ଜୁନ୍ ୨୨ରେ ଗିରଫ କରିଥିଲା।

ଗତ ଅକ୍ଟୋବର ୨୨ରେ ଦୀନେଶ ଜାଠ ନାମକ ଜଣେ ୨୬ ବର୍ଷୀୟ ଯୁବକକୁ ମଧ୍ୟ ରାଜସ୍ଥାନ ନାଗାଉର ଜିଲ୍ଲାର ଜଣେ ୭ ବର୍ଷୀୟା ବାଳିକାକୁ ବଳାତ୍କାର ଓ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇ ମୃତ୍ୟୁଦଣ୍ଡାଦେଶ ଦିଆଯାଇଥିଲା। ଅକ୍ଟୋବର ୫ ତାରିଖରେ ଆଉ ଜଣେ ଯୁବକକୁ ଜଣେ ୯ ବର୍ଷୀୟା ବାଳିକାକୁ ବଳାତ୍କାର କରିବା ଅଭିଯୋଗରେ ୨ ଲକ୍ଷ ଟଙ୍କା ଜରିମାନା ଓ ୨୦ ବର୍ଷର ଜେଲଦଣ୍ଡାଦେଶ ଶୁଣାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe