ରାଜସ୍ଥାନରେ ଲିଫ୍ଟ ଭୁଶୁଡ଼ିବା ଘଟଣା; ଜଣେ ମୃତ

Advertisment
ରାଜସ୍ଥାନରେ ଲିଫ୍ଟ ଭୁଶୁଡ଼ିବା ଘଟଣା; ଜଣେ ମୃତ

www.indiatoday.in

ଝୁନୁଝୁନୁ: ମଙ୍ଗଳବାର ରାତିରେ ରାଜସ୍ଥାନର ଝୁନୁଝୁନୁ ଜିଲ୍ଲାର ହିନ୍ଦୁସ୍ତାନ କପର ଲିମିଟେଡର କୋଲିହାନ ଖଣିରେ ଲିଫ୍ଟ ଖସିଯିବା ପରେ ସଂପୃକ୍ତ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗତକାଲିଠାରୁ ଉଦ୍ଧାର କାର୍ଯ୍ୟ ଚ‌ାଲିଥିବା ବେଳେ ଏବେ ସୁଦ୍ଧ‌ା ଜଣେ ମୃତ ବୋଲି ଜଣାପଡ଼ିଛି। ହିନ୍ଦୁସ୍ତାନ କପର ଲିମିଟେଡର କୋଲିହାନ ଖଣିରେ ଲିଫ୍ଟ ଖସିଯିବା ପରେ ଏଥିରେ ୧୫ ଜଣ ଫଶି ରହିଥିଲେ। ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧ‌ାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି।

ରାତାରାତି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇ କୋଲିହାନ ଖଣିରେ ୫୭୭ ମିଟର ଗଭୀରରେ ଅଟକି ରହିଥିବା କର୍ମଚାରୀଙ୍କୁ ବାହାରକୁ  ଅଣାଯାଇଛି। ଉଦ୍ଧାର ହେବା ପରେ ଗୁରୁତର ଆହତ ତିନି ଜଣଙ୍କୁ ଜୟପୁରର ଏକ ଡାକ୍ତରଖାନା ନିଆଯାଇଥିଲା।
ଝୁନୁଝୁନୁ ସରକାରୀ ଡାକ୍ତରଖାନାର ଡକ୍ଟର ପ୍ରବୀଣ ଶର୍ମା କହିଛନ୍ତି, “ଖଣିରେ ଫସି ରହିଥିବା ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ଜୟପୁରକୁ ପଠାଯାଇଛି।”
ଝୁନୁଝୁନୁ ସରକାରୀ ଡାକ୍ତରଖାନାର ଜଣେ ନର୍ସିଂ କର୍ମଚାରୀ କହିଛନ୍ତି, “କିଛି ଲୋକଙ୍କ ହାତରେ ଓ ଗୋଡ଼ ଫାଟିଯାଇଛନ୍ତି। ସମସ୍ତେ ସୁରକ୍ଷିତ ଅଛନ୍ତି। ତିନି ଜଣ ଗୁରୁତର ଆହତ ହୋଇଛନ୍ତି, ଅବଶିଷ୍ଟ ଲୋକ ସୁରକ୍ଷିତ ଅଛନ୍ତି। ଉଦ୍ଧାର କାର୍ଯ୍ୟ ସିଡ଼ିର ସହାୟତାରେ କରାଯାଇଥିଲା। ”

ପ୍ରାଥମିକ ସୂଚନା ଅନୁଯାୟୀ, କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ ଭିଜିଲାନ୍ସ ଟିମ୍ ଯାଞ୍ଚ ଲିଫ୍ଟ ଯୋଗେ ତଳକୁ ଓହ୍ଲାଇବା ବେଳେ ଏହି ଘଟଣା ଘଟିଥିଲା। ସେହି ସମୟରେ ପ୍ରାୟ ୧୫ ଜଣ ଅଟକି ଯାଇଥିଲେ ବୋଲି ପୁଲିସ୍‌ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe