ମିଳିଲେ ନାହିଁ ରାଜସ୍ଥାନ ମନ୍ତ୍ରୀଙ୍କ ପୁଅ; କାନ୍ଥରେ ‘ଦୁଷ୍କର୍ମ ମାମଲା ନୋଟିସ୍‌’ ଲଗାଇଲା ପୁଲିସ

Advertisment
ମିଳିଲେ ନାହିଁ ରାଜସ୍ଥାନ ମନ୍ତ୍ରୀଙ୍କ ପୁଅ; କାନ୍ଥରେ ‘ଦୁଷ୍କର୍ମ ମାମଲା ନୋଟିସ୍‌’ ଲଗାଇଲା ପୁଲିସ

Image Courtesy of NDTV

ଜୟପୁର: ରାଜସ୍ଥାନ ମନ୍ତ୍ରୀ ମହେଶ ଯୋଶୀଙ୍କ ଦୁଷ୍କର୍ମ ଅଭିଯୁକ୍ତ ପୁଅ ରୋହିତଙ୍କୁ ନ ପାଇ ଆଜି ଦିଲ୍ଲୀରୁ ଯାଇଥିବା ୧୫ଜଣିଆ ପୁଲିସ ଟିମ୍‌ ତାଙ୍କ କାନ୍ଥରେ ଦୁଷ୍କର୍ମ ମାମଲା ନୋଟିସ୍‌ ଲଗାଇଛନ୍ତି। ରୋହିତ ଜଣେ ୨୩ ବର୍ଷୀୟ ଯୁବତୀଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ସହରରେ ଥିବା ମନ୍ତ୍ରୀଙ୍କର ଦୁଇଟି ବାସଭବନକୁ ପୁଲିସ ଯାଇଥିଲେ ବି ଅଭିଯୁକ୍ତ ସେଠାରେ ନ ଥିଲେ। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଫେରାର ରୋହିତଙ୍କ ସନ୍ଧାନ ନେବାକୁ ଆମ ଟିମ୍‌ ସବୁ ଖାନ୍‌ତଲାସ ଚଳାଇଛନ୍ତି।

ମେ ୧୮ ତାରିଖ ସୁଦ୍ଧା ପୁଲିସ ନିକଟରେ ହାଜର ହେବାକୁ ସେମାନେ ରୋହିତଙ୍କ ପ୍ରତି ସମନ୍‌ ଜାରି କରିଛନ୍ତି। ତେଣୁ, ପୁଲିସ କର୍ମଚାରୀମାନେ ତାଙ୍କ କାନ୍ଥରେ ସମନ୍‌ର ଗୋଟାଏ କପି ଅଠାରେ ଲଗାଇ ଦେଇ ଆସିଛନ୍ତି।

publive-image Image Courtesy of India Today

ଅଭିଯୋଗକାରିଣୀ ଯୁବତୀ କହିଛନ୍ତି ଯେ, ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ମନ୍ତ୍ରୀଙ୍କ ପୁଅ ଗତବର୍ଷ ଜାନୁଆରି ୮ରୁ ଚଳିତ ବର୍ଷ ଏପ୍ରିଲ୍‌ ୧୭ ମଧ୍ୟରେ ବହୁ ଥର ତାଙ୍କ ସହିତ ଦୁଷ୍କର୍ମ କରିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତି କରି ଦିଲ୍ଲୀ ପୁଲିସ ପ୍ରଥମେ ‘ଜିରୋ ଫାଷ୍ଟ୍‌ ଇନ୍‌ଫମେସନ୍‌ ରି‌ପୋର୍ଟ’ ପଞ୍ଜିକରଣ କରିଥିଲା। ଦସଦର ବଜାର ଥାନା ଅଧୀନ ଅଞ୍ଚଳରେ ଦୁଷ୍କର୍ମ ହୋଇଥିବା କଥା ଅଭିଯୋଗରେ ଉଲ୍ଲେଖ କରାଯାଇଥିବାରୁ ପରେ ଉକ୍ତ ‘ଜିରୋ ଏଫ୍‌ଆଇଆର୍‌’କୁ ‘ରେଗୁଲାର୍‌ ଏଫ୍‌ଆଇଆର୍‌’‌ କରାଯାଇଥିଲା।

ଗତବର୍ଷ ଫେସ୍‌ବୁକ୍‌ ମାଧ୍ୟମରେ ପରିଚୟ ହେବା ପରେ ରୋହିତ ଯୋଶୀଙ୍କ ସହିତ ତାଙ୍କର ବନ୍ଧୁତା ନିବିଡ଼ ହୋଇଥିବା କଥା ଯୁବତୀଜଣକ କହିଛନ୍ତି। ରୋହିତ ତାଙ୍କୁ ଅପହରଣ ଓ ବ୍ଲାକ୍‌ମେଲିଙ୍ଗ୍‌ କରିଥିଲେ ବୋଲି ମଧ୍ୟ ସେ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe