ବିଧାୟକଙ୍କ ଡର: ରାଜସ୍ଥାନ ବିଧାନସଭାରେ ରହୁଛନ୍ତି ଦୁଷ୍ଟାତ୍ମା

Advertisment
ବିଧାୟକଙ୍କ ଡର: ରାଜସ୍ଥାନ ବିଧାନସଭାରେ ରହୁଛନ୍ତି ଦୁଷ୍ଟାତ୍ମା

Image Courtesy of TOI

ଜୟପୁର: ରାଜସ୍ଥାନ ବିଧାନସଭା ଦୁଷ୍ଟାତ୍ମାଙ୍କର ଆଡ୍ଡା ବୋଲି ରାଜ୍ୟର ବିଧାୟକମାନଙ୍କର ସନ୍ଦେହ ହେଲାଣି। ଦୀର୍ଘ ଦିନ ପାଇଁ ବିଧାନ ଗୃହରେ ସମ୍ପୂର୍ଣ୍ଣ ୨୦୦ ସଦସ୍ୟ ରହିପାରୁ ନାହାନ୍ତି। କୌଣସି ସଦସ୍ୟ ଇସ୍ତଫା ଦେଲେଣି, କିଏ ଜେଲ୍‌ ଗଲେଣି ତ କାହାର ମୃତ୍ୟୁ ହେଲାଣି- ଏମିତି ଚାଲିଛି। ଏବଂ ଏଥିପାଇଁ ସେମାନେ ଦୁଷ୍ଟାତ୍ମାକୁ ନିନ୍ଦୁଛନ୍ତି।

କେତେକ ଏକଥା ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ଜଣାଇ ଦୁଷ୍ଟାତ୍ମା ଶାନ୍ତ କରିବାକୁ କାପାଳିକଙ୍କୁ ଡକାଇବାକୁ ମନ୍ତ୍ରଣା ଦେଲେଣି। ଗୁରୁବାର ଦିନ ଜଣେ ପୁରୋହିତ ବିଧାନସଭା ପ୍ରବେଶ ପଥରେ ପୂଜାପାଠ କରୁଥିବାର ଦେଖାଯାଇଥିଲା।

ମଙ୍ଗଳବାର ରାତିରେ ସିଂହ ଚୌହାନର ବିଜେପି ବିଧାୟକଙ୍କ ମୃତ୍ୟୁ ବିଧାୟକମାନଙ୍କ ମନରେ ଏହି ବିଶ୍ୱାସ ଓ ଭୟକୁ ଜାଗରୁକ କରିଛି। ତେଣୁ ସେମାନେ ଅତିଭୌତିକ ଶକ୍ତିକୁ ନିୟନ୍ତ୍ରଣ କରିବାକୁ ଦାବି କରୁଛନ୍ତି।

ଗତବର୍ଷ ମଣ୍ଡଳଗଡ଼ର ବିଜେପି ବିଧାୟକ କୀର୍ତ୍ତି କୁମାରୀ ସ୍ୱାଇନ୍‌ ଫ୍ଲୁରେ ଚାଲିଗଲେ। ତାଙ୍କ ପୂର୍ବରୁ ବିଏସ୍‌ପି ବିଧାୟକ ବି ଏଲ୍‌ କୁଶଓ୍ଵା ନରହତ୍ୟା ଅଭିଯୋଗରେ ଜେଲ୍‌ ଗଲେ। ଗତ ବିଧାନସଭାରେ କଂଗ୍ରେସ ବିଧାୟକ ମହିପାଳ ମାଦେର୍ଣ୍ଣା, ମଲଖାନ ସିଂହ ବିଷ୍ଣୋଇ ଏବଂ ବାବୁ ଲାଲ ନାଗର ନରହତ୍ୟା ଏବଂ ଦୁଷ୍କର୍ମ ଅଭିଯୋଗରେ ଜେଲ୍‌ ଗଲେ।

ତା’ଛଡ଼ା ଏକ ମଶାଣିର କିଛି ଅଂଶକୁ ନେଇ ବିଧାନସଭା କୋଠା ତୋଳାଯାଇଥିବାରୁ ଏମିତି ଘଟୁଥିବା ବିଧାୟକମାନେ କହୁଛନ୍ତି। ବିଧାନସଭା ଠାରୁ ମାତ୍ର ୨୦୦ ମିଟର ଦୂରରେ ଲାଲ୍‌ କୋଠି ମୋକ୍ଷ ଧାମ ମଶାଣି ଅବସ୍ଥିତ।

୧୭ ଏକର ଜମିରେ ଅବସ୍ଥିତ ଏବକାର ବିଧାନସଭା ନଭେମ୍ବର ୧୯୯୪ ରୁ ମାର୍ଚ ୨୦୦୧ ମଧ୍ୟରେ ନିର୍ମିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe