ଝଗଡ଼ା ଲାଗିବା ପରେ ସ୍ତ୍ରୀକୁ ବାଇକରେ ବାନ୍ଧି ଘୋଷାଡ଼ି ନେଲେ ସ୍ବାମୀ

Advertisment
ଝଗଡ଼ା ଲାଗିବା ପରେ ସ୍ତ୍ରୀକୁ ବାଇକରେ ବାନ୍ଧି ଘୋଷାଡ଼ି ନେଲେ ସ୍ବାମୀ

ନୂଆଦିଲ୍ଲୀ: ରାଜସ୍ଥାନ ନାଗଉର ଜିଲ୍ଲାର ପାଚୋଡ଼ି ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ସ୍ତ୍ରୀକୁ ସ୍ବାମୀ ଅତି ନିର୍ମମ ଭାବେ ବାଇ‌କରେ ଘୋଷାଡ଼ି ନେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଜରିଆରେ ସାମ୍ନାକୁ ଆସିଛି।

ଏହି ଭିଡିଓଟି ୪୦ସେକେଣ୍ଡର ରହିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ବାଇକ ଚଲାଇ ଯାଉଥିବା ବେଳେ ତାଙ୍କ ପଛରେ ମହିଳାଙ୍କୁ ବାନ୍ଧି ରଖିଛନ୍ତି। ମହିଳା ଜଣକ ଘୋଷାଡି ହୋଇ ଯାଉଥିବା ବେଳେ ଯନ୍ତ୍ରଣା‌ରେ ଚିତ୍କାର କରୁଛନ୍ତି। କିନ୍ତୁ ବାଇକ ଚାଳକ ଜଣକ ଗାଡ଼ି ନଅଟକାଇ ସେମିତି ଆଗକୁ ଆଗକୁ ମାଡ଼ି ଚାଲିଛନ୍ତି।

ସୂଚନାଯୋଗ୍ୟ, ଅଭିଯୁକ୍ତ ବ୍ୟକ୍ତି ଜଣକ ପୀଡ଼ିତ ମହିଳାଙ୍କ ସ୍ବାମୀ। ତାଙ୍କ ନାମ ପ୍ରେମ ରାମ ମେଘୱାଲ ବୟସ ୩୧ ବୋଲି ଜଣାପଡ଼ିଛି। ଦୁହିଁଙ୍କ ବିବାହକୁ ମାତ୍ର୧୦ମାସ ପୁରା ହୋଇଛି। ଅନେକ ସମୟରେ ରାମ ସ୍ତ୍ରୀଙ୍କୁ ମାଡ଼ ମାରିଥାଆନ୍ତି। ନିକଟରେ ସେ ସମସ୍ତ ସୀମା ଟିପି ଯାଇ ସ୍ତ୍ରୀଙ୍କୁ ବାଇକରେ ବାନ୍ଧି ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେବାକୁ ପଛାଇ ନଥିଲା। ଏପରି କିଛିବାଟ ଗଲା ପରେ ଲୋକ ମହିଳାଙ୍କୁ ସ୍ବାମୀ ରାମଙ୍କ କବଳରୁ ଉଦ୍ଧାର କରି ଚିକିତ୍ସ‌ା ପାଇଁ ହସ୍ପିଟାଲରେ ଭର୍ତ୍ତି କରି ପୁଲିସକୁ ଘଟଣା ବିଷୟରେ ଜଣାଇଥିଲେ।

ପୁଲିସ ଏହି ଘଟଣାରେ ପ୍ରେମ ରାମ ମେଘୱାଲଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe