ମତଦାନ ବେଳେ ଏସଡିଏମଙ୍କୁ ଘୋଷାଡି ଆଣି ମାଡ଼ ମାରିଲେ ସ୍ବାଧୀନ ପ୍ରାର୍ଥୀ

ମତଦାନ ବେଳେ ଏସଡିଏମଙ୍କୁ ଘୋଷାଡି ଆଣି ମାଡ଼ ମାରିଲେ ସ୍ବାଧୀନ ପ୍ରାର୍ଥୀ ନରେଶ ମୀନା। ରାଜସ୍ଥାନର ସମରବତା ମତଦାନ କେନ୍ଦ୍ରରେ ଘଟିଛି ଏହି ଘଟଣା। ଏହାର ଭିଡିଓ ଏବେ ଖୁବ ଭାଇରାଲ ହେଉଛି।

wewq

ଜୟପୁର: ବୁଧବାର ରାଜସ୍ଥାନର ଏକ ମତଦାନ କେନ୍ଦ୍ରରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ସାମ୍ନାକୁ ଆସିଛି। ମତଦାନ ବେଳେ ଏସଡିଏମଙ୍କୁ ଘୋଷାଡି ଆଣି ମାଡ଼ ମାରିଛନ୍ତି ସ୍ବାଧୀନ ପ୍ରାର୍ଥୀ ନରେଶ ମୀନା। ରାଜସ୍ଥାନର ସମରବତା ମତଦାନ କେନ୍ଦ୍ରରେ ଘଟିଛି ଏହି ଘଟଣା। ଏହାର ଭିଡିଓ ଏବେ ଖୁବ ଭାଇରାଲ ହେଉଛି।

ସୂଚନାନୁସାରେ, ଦେଓଲି-ଉନିୟାରା ନିର୍ବାଚନମଣ୍ଡଳୀର ସ୍ୱାଧୀନ ପ୍ରାର୍ଥୀ ନରେଶ ମୀନା ଜଣେ ଏସଡିଏମଙ୍କୁ ଚାପୁଡ଼ା ମାରିଥିଲେ।ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ନରେଶ ମୀନା ମତଦାନ ବୁଥରେ ପ୍ରବେଶ କରି ନିର୍ବାଚନ ପ୍ରୋଟୋକଲ ଉପରେ ନଜର ରଖିବାକୁ ମୁତୟନ ହୋଇଥିବା ଏସଡିଏମ ଅମିତ ଚୌଧୁରୀଙ୍କୁ ଚାପୁଡ଼ା ମାରୁଛନ୍ତି। ଏହା ଦେଖି ପୁଲିସ ତାଙ୍କୁ ଅଟକାଉଛି।

ଏହି ଘଟଣା ପରେ ନିଜର ପ୍ରତିକ୍ରିୟା ଦେଇ ମୀନା କହିଛନ୍ତି, ଏଠାରେ ମୁତୟନ ହୋଇଥିବା ଏସଡିଏମ ତାଙ୍କର ତିନି ଜଣ ଲୋକଙ୍କୁ ଆଣି ମତଦାନ କରାଇଥିଲେ। ମୁଁ ଲୋକମାନଙ୍କୁ ଅନୁରୋଧ କରିବି ଯେ ସେମାନେ ମୋତେ ଭୋଟ୍ ଦେଇ ଏହାର ଜବାବ ଦିଅନ୍ତୁ।

ଉଲ୍ଲେଖଯୋଗ୍ୟ, ନରେଶ ମୀନା କଂଗ୍ରେସ ନେତା ଥିଲେ । ହେଲେ ଉପନିର୍ବାଚନ ପାଇଁ କଂଗ୍ରେସ ଦେଓଲି-ଉନିୟାରା ନିର୍ବାଚନମଣ୍ଡଳୀରୁ କସ୍ତୁର ଚନ୍ଦ ମୀନାଙ୍କୁ ପ୍ରାର୍ଥୀ କରିବାରୁ ନରେଶ ସ୍ବାଧୀନ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଥିଲେ। ଏହା ପରେ କଂଗ୍ରେସ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe