ସଚିନ୍‌ଙ୍କ ନୂତନ ପଦକ୍ଷେପରେ ଗାନ୍ଧି ପରିବାରକୁ ପ୍ରାଧାନ୍ୟ

Advertisment
ମୋଦୀ, ଅୱେସିଙ୍କ ବିରୋଧରେ ବର୍ଷିଲେ ପାଇଲଟ୍‌: ନିର୍ବାଚନ ଅଛି ବୋଲି ରାଜସ୍ଥାନ ଆସୁଛନ୍ତି, ନିର୍ବାଚନ ସରିଗଲେ ଅଦୃଶ୍ୟ ହୋଇଯିବେ

The Indian Express

ଜୟପୁର/ନୂଆଦିଲ୍ଲୀ : ମୁଁ ତଥାପି ଜଣେ କଂଗ୍ରେସବାଲା ଏବଂ ବିଜେପିରେ ଯୋଗଦେଉନାହିଁ ବୋଲି ଆଜି ସକାଳେ ଘୋଷଣା କରି ରାଜସ୍ଥାନର ବରିଷ୍ଠ ଯୁବ କଂଗ୍ରେସ ନେତା ତଥା ଉପମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟ୍‌ ଗାନ୍ଧି ପରିବାର ପାଖରେ ଆଗୁଆ ପହଞ୍ଚିବାର ଉପାୟ ବାଛିନେଇଥିବା ଚର୍ଚ୍ଚା ହେଉଛି। ଏଥି ସହିତ ସେ ବିଜେପିରେ ଯୋଗଦେଉଥିବା ଗୁଜବ କେବଳ ଗାନ୍ଧି ପରିବାର ସହିତ ତାଙ୍କ ସମ୍ପର୍କରେ କ୍ଷତି ପହଞ୍ଚାଇବା ପାଇଁ ଏକ କସରତ ବୋଲି ସେ ପରୋକ୍ଷରେ ଜଣାଇଦେଇଛନ୍ତି। ଏଭଳି ସ୍ଥିତିରେ ଦଳୀୟ ନେତୃତ୍ବ ସଚିନ୍‌ଙ୍କ ପ୍ରତି କଠୋରତା ହ୍ରାସ କରିବାରେ ଦ୍ବିଧା ପ୍ରକାଶ କରିବେନି ବୋଲି କଂଗ୍ରେସ ଭିତରେ ଚର୍ଚ୍ଚା ଜୋରଦାର ଚାଲିଛି। ଏ ପରିପ୍ରେକ୍ଷୀରେ ପାଇଲଟ୍‌ଙ୍କ ପାଇଁ ସବୁ ଦ୍ବାର ତଥାପି ଖୋଲା ରହିଛି ଏବଂ ସେ ତାଙ୍କ ଭୁଲ୍‌ ବୁଝି ପାରି ବିଜେପିର ଷଡ଼ଯନ୍ତ୍ରରୁ ନିଜକୁ ମୁକ୍ତ କରିବା ଖୁସିର କଥା ବୋଲି ରାଜସ୍ଥାନ କଂଗ୍ରେସ ଦାୟିତ୍ବରେ ଥିବା କେନ୍ଦ୍ରୀୟ ନେତା ଅବିନାଶ ପାଣ୍ଡେ ଟ୍ବିଟ୍‌ କରି କହିଛନ୍ତି।

ସୂଚନା ଥାଉ କି, ଦଳବିରୋଧୀ କାର୍ଯ୍ୟକଳାପ ପାଇଁ ସଚିନ୍‌ଙ୍କୁ ଶାସ୍ତିବିଧାନ ସ୍ବରୂପ କଂଗ୍ରେସ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ପରିପ୍ରେକ୍ଷୀରେ ସେ ବୁଧବାର ସକାଳେ ଏଭଳି ବକ୍ତବ୍ୟ ରଖିଛନ୍ତି। ତାଙ୍କର ବିଧାନସଭା ସଦସ୍ୟ ପଦ କାହିଁକି ରଦ୍ଦ କରାଯିବନି ବୋଲି ଶୁକ୍ରବାର ସୁଦ୍ଧା ଉତ୍ତର ରଖିବାକୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା। ତେବେ ଗତବର୍ଷ ରାହୁଲ ଗାନ୍ଧି ଦଳର ଅଧ୍ୟକ୍ଷ ପଦରୁ ଅପସରିଗଲା ପରେ ଗେହଲଟ୍‌ ତାଙ୍କୁ ଏପରି ରାଜ୍ୟରେ ଅପମାନିତ କରି ଚାଲିଛନ୍ତି ବୋଲି ସଚିନ୍ ଆଜି କହିବା ଘଟଣା ପରୋକ୍ଷରେ ଗାନ୍ଧି ପରିବାର ପ୍ରତି ତାଙ୍କର ଦୁର୍ବଳତାକୁ ପ୍ରକାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe