ରାଜସ୍ଥାନ ସଙ୍କଟ: ପାଇଲଟ୍‌ ଗୋଷ୍ଠୀକୁ ଆଶ୍ବସ୍ତି, ୨୪ ଜୁଲାଇ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌

Advertisment
ଆଜି ଗେହଲଟ୍‌-ପାଇଲଟ୍‌ ପୁନର୍ମିଳନ: ବିଧାୟକଙ୍କୁ ଗେହଲଟ୍‌ଙ୍କ ବାର୍ତ୍ତା ଯାହା ହୋଇଛି ଭୁଲିଯ‌ାଅ, କ୍ଷମା କରିଦିଅ

OpIndia

ଜୟପୁର: ରାଜସ୍ଥାନରେ ଜାରି ରହିଥିବା ରାଜନୈତିକ ସଙ୍କଟ ଏବେ ବି ଜଟିଳ ସ୍ଥିତିରେ ରହିଛି। କଂଗ୍ରେସ ସଂଗଠନରେ ହୋଇଥିବା ବିଦ୍ରୋହ ସରକାରଙ୍କ ସ୍ଥିତିକୁ ଟଳମଳ କରି ରଖିଛି। ଏଭଳି ସ୍ଥିତିରେ ବିଦ୍ରୋହୀ କଂଗ୍ରେସ ନେତା ସଚିନ ପାଇଲଟ ଗୋଷ୍ଠୀକୁ ଆଜି ହାଇକୋର୍ଟରୁ ସାମୟିକ ଆଶ୍ବସ୍ତି ମିଳିଛି। ବି‌ଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ବିଧାନସଭା ବାଚସ୍ପତିଙ୍କ ଦ୍ବାରା ଦିଆ ଯାଇଥିବା ନୋଟିସ୍‌ ଉପରେ ଆଜି ଶୁଣାଣି କରି ହାଇକୋର୍ଟ କହିଛନ୍ତି ଯେ ଆଗାମୀ ୨୪ ତାରିଖ ପର୍ଯ୍ୟନ୍ତ ବାଚସ୍ପତି ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ। ୨୪ ତାରିଖ ଦିନ ଏହି ମାମଲାରେ ଚୂଡ଼ାନ୍ତ ରାୟ ପ୍ରକାଶ ପାଇବ ବୋଲି ଜଷ୍ଟିସ୍‌ ଇନ୍ଦ୍ରଜିତ ମହାନ୍ତି ଏବଂ ଜଷ୍ଟିସ୍‌ ପ୍ରକାଶ ଗୁପ୍ତାଙ୍କ ଖଣ୍ଡପୀଠ କହିଛନ୍ତି।

ଏହି ମାମଲା ପାଇଲଟ୍‌ ଗୋଷ୍ଠୀ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଆଜି ଯୁକ୍ତି ରଖିଥିଲେ। ଗତକାଲି ବରିଷ୍ଠ ଆଇନଜୀବୀ ହରିଶ ସାଲ୍‌ଭେ ପାଇଲଟ୍‌ ଗୋଷ୍ଠୀ ପକ୍ଷରୁ ଯୁକ୍ତି ରଖି କହିଥିଲେ ଯେ କେବଳ ସମାଲୋଚନା ଆଧାରରେ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇପାରିବ ନାହିଁ। ତେବେ ଏହାର ଜବାବରେ ବାଚସ୍ପତିଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଆଇନଜୀବୀ ଅଭିଷେକ ମନୁ ସିଂଘଭୀ କହିଥିଲେ ଯେ ବାଚସ୍ପତିଙ୍କ ନିଷ୍ପତ୍ତିକୁ ଏଭଳି ଚ୍ୟାଲେଂଜ କରାଯାଇପାରିବ ନାହିଁ। ବାଚସ୍ପତିଙ୍କ ଆଦେଶକୁ ବିରୋଧ କରି ହୋଇଥିବା ଆବେଦନ ଅପରିପକ୍ବ ଏବଂ ଅଦାଲତ ଏଥିରେ ହସ୍ତକ୍ଷେପ କରିବା ଠିକ୍‌ ହେବନାହିଁ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe