ରାଜସ୍ଥାନ ରାଜନୀତି ପୁଣି ସରଗରମ ସମର୍ଥକ ବିଧାୟକଙ୍କ ସହ ପାଇଲଟ୍‌ଙ୍କ ବୈଠକ

Advertisment
ରାଜସ୍ଥାନ ରାଜନୀତି ପୁଣି ସରଗରମ ସମର୍ଥକ ବିଧାୟକଙ୍କ ସହ ପାଇଲଟ୍‌ଙ୍କ ବୈଠକ

Image Courtesy of Zee News

ନୂଆଦିଲ୍ଲୀ: ଦେଶର ଭିନ୍ନ ଭିନ୍ନ ରାଜ୍ୟରେ କଂଗ୍ରେସ ଏବେ ଅନ୍ତଃକନ୍ଦଳର ସାମ୍ନା କରୁଛି। ପଞ୍ଜାବ, ଉତ୍ତର ପ୍ରଦେଶ ପରେ ରାଜସ୍ଥାନର ଅନ୍ତଃକନ୍ଦଳ ଚିନ୍ତା ବଢ଼ାଇଲାଣି। ରାଜସ୍ଥାନରେ ସଚିନ ପାଇଲଟ ତାଙ୍କ ସମର୍ଥକ ବିଧାୟକମାନଙ୍କ ଏକ ବୈଠକ ଆଜି ଡକାଇଥିଲେ। ପାଇଲଟଙ୍କ ବାସଭବନରେ ଏହି ବୈଠକ ହୋଇଥିଲା। ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ବିରୋଧରେ କଂଗ୍ରେସର ପ୍ରଦର୍ଶନକୁ ନେଇ ଏହି ବୈଠକ ହୋଇଥିବା କୁହାଯାଉଥିଲେ ମଧ୍ୟ ବାସ୍ତବରେ ପାଇଲଟ୍‌ ନିଜ ସମର୍ଥକଙ୍କୁ ଏକଜୁଟ ରଖିବା ପାଇଁ ଏଭଳି ରଣନୀତି ଧରିଥିବା କୁହାଯାଉଛି। ରାଜସ୍ଥାନ କଂଗ୍ରେସରେ ରହିଥିବା ଅ‌ସନ୍ତୋଷ ଉପରେ ୩ ଜଣ ବିଧାୟକ ଜୋର୍ ଦେଇ କହିଛନ୍ତି ଯେ ସଚିନ ପାଇଲଟ କଂଗ୍ରେସ ସହିତ ଅଛନ୍ତି ଏବଂ ଆମେ ତାଙ୍କ ସହିତ ରହିଛୁ।

କିନ୍ତୁ ହାଇକମାଣ୍ଡଙ୍କୁ ଏବେ ଆମ ଦାବି ବି ଶୁଣିବାକୁ ହେବ। ପଞ୍ଜାବ ସମସ୍ୟାର ସମାଧାନ ଯଦି ୧୦ ଦିନରେ କରାଯାଇ ପାରୁଛି ତା’ହେଲେ ରାଜସ୍ଥାନ ସମସ୍ୟାର ସମାଧାନ ବି ବିଳମ୍ବ ହେବା ଆବଶ୍ୟକ ନୁହେଁ। ଶୁକ୍ରବାର ସଚିନଙ୍କ ପିତା ରାଜେଶ ପାଇଲଟଙ୍କ ଜୟନ୍ତୀ ରହିଛି। ଏହି ଦିନ ସଚିନ ତାଙ୍କ ପିତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରନ୍ତି। ତାଙ୍କ ସହିତ ବିଧାୟକମାନେ ରହିଥାନ୍ତି। କିନ୍ତୁ କରୋନା ପାଇଁ ଏଥର ସେ ଅଧିକ ଲୋକଙ୍କୁ ଏଜକୁଟ ହେବା ପାଇଁ କହିନାହାନ୍ତି। ଗତକାଲି ଜିତିନ ପ୍ରସାଦ କଂଗ୍ରେସ ଛାଡ଼ିବା ପରେ ସଚିନଙ୍କୁ ନେଇ କଂଗ୍ରେସରେ ଅନିଶ୍ଚିତତାର ବାତାବରଣ ବଢ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe