ଅହମ୍ମଦାବାଦ: ବୁଧବାର ୨୦୨୫ରେ ୨୩ତମ ମ୍ୟାଚ୍‌ରେ ଶୁଭମନ ଗିଲଙ୍କ ଗୁଜୁରାଟ ଟାଇଟାନ୍ସ(ଜିଟି) ଏବଂ ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ(ଆରଆର) ଦଳ ମଧ୍ୟରେ ମୁକାବିଲା ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଖେଳାଯାଉଛି। ମ୍ୟାଚ୍‌ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଗୁଜରାଟ ଟାଇଟାନ୍ସ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି।

Advertisment

ଶୁବମନ ଗିଲଙ୍କ ଗୁଜରାଟ ଟାଇଟାନ୍ସ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ଅଛି। ଦଳ ଚାରୋଟି ମ୍ୟାଚ୍‌ରୁ ତିନୋଟିରେ ବିଜୟୀ ହୋଇଛି। ଗୁଜରାଟର ନେଟ୍ ରନ୍ ରେଟ୍ (+୧.୦୩୧) ରହିଛି। ସେହିପରି ରାଜସ୍ଥାନ ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନରେ ଅଛି। ଦଳ ଚାରୋଟି ମ୍ୟାଚ୍‌ରୁ କେବଳ ଦୁଇଟି ଜିତିଛି। 

ପିଚ୍ ରିପୋର୍ଟ:

ନରେନ୍ଦ୍ର ମୋଦୀ ଷ୍ଟାଡିୟମର ପିଚ୍ ବ୍ୟାଟସମ୍ୟାନଙ୍କ ପାଇଁ ଉପଯୁକ୍ତ। ଏଠାରେ ୨୦୦ ସ୍କୋର କରିବା ବଡ଼ କଥା ନୁହେଁ। ତଥାପି, ପ୍ରାରମ୍ଭିକ ପର୍ଯ୍ୟାୟରେ ଦ୍ରୁତ ବୋଲରମାନଙ୍କୁ ସହାୟତା ମିଳିଥାଏ। 

ଏସବୁ ଖେଳାଳିମାନଙ୍କ ଉପରେ ନଜର ରହିଛି: 

ଜିଟି ବନାମ ଆରଆର ମ୍ୟାଚ୍‌ରେ, ରାଜସ୍ଥାନର ଅଧିନାୟକ ସଞ୍ଜୁ ସାମସନ, ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ରିୟାନ ପରାଗ, ଗୁଜରାଟର ଓପନର୍ ସାଇ ସୁଦର୍ଶନ, ଅଧିନାୟକ ଶୁଭମନ ଗିଲ୍, ଦ୍ରୁତ ବୋଲର ମହମ୍ମଦ ସିରାଜ ଏବଂ ଜୋଫ୍ରା ଆର୍ଚରଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି।  ଏହି ମ୍ୟାଚରେ ଏକ କଡ଼ା ମୁକାବିଲା ହେବାର ଆଶା ରହିଛି। 

ଗୁଜୁରାଟ ଟାଇଟାନ୍ସର ପ୍ଲେଇଂ ଇଲେଭେନ୍: ସାଇ ସୁଦର୍ଶନ, ଶୁଭମାନ ଗିଲ (ଅଧିନାୟକ), ଜୋସ୍ ବଟଲର (ୱିକେଟ୍ କିପର), ଶାହାରୁଖ ଖାନ, ରାହୁଲ ତେୱାଟିଆ, ୱାଶିଂଟନ୍ ସୁନ୍ଦର, ରସିଦ ଖାନ, ଆର ସାଇ କିଶୋର, ମହମ୍ମଦ ସିରାଜ, ପ୍ରସାଦ କୃଷ୍ଣ ଏବଂ ଇଶାନ୍ତ ଶର୍ମା।

ଅଧିକ ପଢ଼ନ୍ତୁ: ପାଣ୍ଡିଆନ୍‌ ଉଭୟ ରାଜ୍ୟ ଓ ଦଳ ପାଇଁ ଭଲ କାମ କରିଛନ୍ତି: ନବୀନ ପଟ୍ଟନାୟକ

ପ୍ରଭାବଶାଳୀ ଖେଳାଳି:  ଶେରଫେନ୍ ରୁଦରଫୋର୍ଡ

ରାଜସ୍ଥାନ ରୟାଲ୍ସର  ପ୍ଲେଇଂ ଇଲେଭେନ୍:  ଜଶ୍ବସୀ ଜୟସ୍ବାଲ, ସଞ୍ଜୁ ସାମସନ (ଅଧିନାୟକ ତଥା ୱିକେଟ୍ ରକ୍ଷକ), ନୀତୀଶ ରାଣା, ରିୟାନ୍ ପରାଗ, ଧ୍ରୁଭ ଜୁରେଲ, ଶିମ୍ରନ୍ ହେଟମିୟର, ୱାନିନ୍ଦୁ ହାସରାଙ୍ଗା, ଜୋଫ୍ରା ଆର୍ଚର, ମହେଶ ଥେକ୍ସାନା, ଯୁଧିଷ୍ଠର ସିଂ ଚରକ, ସନ୍ଦୀପ ଶର୍ମା।

ପ୍ରଭାବଶାଳୀ ଖେଳାଳି: ତୁଷାର ଦେଶପାଣ୍ଡେ / କୁମାର କାର୍ତ୍ତିକେୟ

ଅଧିକ ପଢ଼ନ୍ତୁ:  ଶୁଳ୍କ ଚୁକ୍ତି ପାଇଁ ଅନୁରୋଧ କରୁଥିବା ଦେଶଙ୍କୁ ଅପଶବ୍ଦ କହିଲେ ଟ୍ରମ୍ପ୍

 Indian Premier League 2025 | GT vs RR | 23rd Match