ଦେଶର ପ୍ରଥମ ରାଜ୍ୟ ଭାବେ ରାଜସ୍ଥାନ ଆଇନ୍‌ ପ୍ରଣୟନ କରି ମାସ୍କ ପରିଧାନକୁ କଲା ବାଧ୍ୟତାମୂଳକ

Advertisment
ଦେଶର ପ୍ରଥମ ରାଜ୍ୟ ଭାବେ ରାଜସ୍ଥାନ ଆଇନ୍‌ ପ୍ରଣୟନ କରି ମାସ୍କ ପରିଧାନକୁ କଲା ବାଧ୍ୟତାମୂଳକ

ET Health

ଜୟପୁର: ରାଜସ୍ଥାନ ଦେଶର ପ୍ରଥମ ରାଜ୍ୟ, ଯାହା କରୋନାଭାଇରସରୁ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବା ପାଇଁ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିବା ପାଇଁ ଏକ ବିଧିବଦ୍ଧ ଆଇନ୍‌ ପ୍ରଣୟନ କରିବାକୁ ଯାଉଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍‌ ସୋମବାର କହିଛନ୍ତି ଯେ ରାଜ୍ୟରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିବା ପାଇଁ ରାଜ୍ୟ ସରକାର ଆଜି ବିଧାନସଭାରେ ଏକ ବିଲ୍‌ ଆଣି ଏଥିପାଇଁ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି।

ଯେହେତୁ କରୋନାଭାଇରସ୍‌ ବା କୋଭିଡ୍‌-୧୯ ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ପ୍ରତିଷେଧକ ଅପେକ୍ଷା ପ୍ରତିରୋଧ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ଏବଂ ଏପ୍ରକାର ପରିସ୍ଥିତିରେ ମାସ୍କ ହିଁ ଟୀକାର ବିକଳ୍ପ ହୋଇ ପଡ଼ିଛି ସେଥିପାଇଁ ଏହି ଆଇନ ପ୍ରଣୟନ କରାଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଗେହଲୋଟ୍‌। ଏହି ଆଇନ୍‌ ପ୍ରଣୟନ ହେଲେ, ରାଜସ୍ଥାନ ଖୁବ୍‌ ଶୀଘ୍ର ଦେଶର ପ୍ରଥମ ରାଜ୍ୟ ହେବ ଯେଉଁଠାରେ କୋଭିଡ୍‌ ବିସ୍ତାରକୁ ରୋକିବା ପାଇଁ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ।

ପ୍ରଥମେ ରାଜସ୍ଥାନରେ ‘ନୋ ମାସ୍କ-ନୋ ଏଣ୍ଟ୍ରି’ର ପ୍ରଚଳନ ପରେ ଏବେ ସରକାର ମାସ୍କ ପରିଧାନ ପାଇଁ ଏହି ନୂତନ ଆଇନ୍‌ ଆଣିଛନ୍ତି। ଏଥିରେ ମାସ୍କ ପରିଧାନ ସହ ପ୍ରତିଷେଧକ ଟୀକା ଆସିବା ପର୍ଯ୍ୟନ୍ତ ହାତ ଧୋଇବା ଏବଂ ସାମାଜିକ ଦୂରତା ନିୟମର ପାଳନକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe