Image Courtesy of Zee News
ଜୟପୁର: ୨୦୦୮ ଜୟପୁର ସିରିଏଲ୍ ବିସ୍ଫୋରଣ ମାମଲାର ଅଭିଯୁକ୍ତମାନଙ୍କୁ ଦୋଷମୁକ୍ତ କରାଯିବା ରାୟକୁ ରାଜସ୍ଥାନ ସରକାର ସୁପ୍ରିମ୍ କୋର୍ଟରେ ଚାଲେଞ୍ଜ୍ କରିବେ ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଛନ୍ତି।
ଏଥିପାଇଁ ରାଜ୍ୟ ସରକାର ‘ସ୍ପେସାଲ୍ ଲିଭ୍ ପିଟିସନ୍’ (ଏସ୍ଏଲ୍ପି) ଦାଏର କରିବେ ବୋଲି ଗତରାତିରେ ମୁଖ୍ୟମନ୍ତ୍ରୀ ଗେହ୍ଲଟ୍ ତାଙ୍କ ବାସଭବନରେ କରିଥିବା ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ମୁଖ୍ୟମନ୍ତ୍ରୀ ଗେହ୍ଲଟ୍ କହିଛନ୍ତି ଯେ, ୨୦୧୯ ଜିଲ୍ଲା ଅଦାଲତଙ୍କ ରାୟକୁ ରଦ୍ଦ କରି ରାଜସ୍ଥାନ ହାଇକୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ଦୋଷୀମାନଙ୍କୁ କଠୋର ଶାସ୍ତି ଦେବା ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ। ତେଣୁ, ରାଜ୍ୟ ସରକାର ହାଇକୋର୍ଟ ନିଷ୍ପତ୍ତି ବିରୋଧରେ ଖୁବ୍ ଶୀଘ୍ର ସୁପ୍ରିମ୍ କୋର୍ଟରେ ‘ସ୍ପେସାଲ୍ ଲିଭ୍ ପିଟିସନ୍’ ଦାଏର କରିବେ।
Image Courtesy of The Economic Timesଏହାଛଡ଼ା, ଏହି ମାମଲାରେ ଆଡ୍ଭୋକେଟ୍ ନିଯୁକ୍ତ ହୋଇଥିବା ଅତିରିକ୍ତ ଆଡ୍ଭୋକେଟ୍ ଜେନେରାଲ୍ ରାଜେନ୍ଦ୍ର ଯାଦବଙ୍କ ଚାକିରି ରଦ୍ଦ କରିବା ପାଇଁ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଥିବା କଥା ସେ କହିଛନ୍ତି।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଉଷା ଶର୍ମା, ଗୃହ ସଚିବ ଆନନ୍ଦ କୁମାର, ପୁଲିସ ମହାନିର୍ଦେଶକ ଉମେଶ ମିଶ୍ରା, ‘ଏଡିଜି’ ଅଶୋକ ରାଠୋର୍, ‘ଏଡିଜି’ (ଇଣ୍ଟେଲିଜେନ୍ସ୍) ଏସ୍. ସେଙ୍ଗ୍ତିର୍, ଆଇନ ସଚିବ ଜ୍ଞାନପ୍ରକାଶ ଗୁପ୍ତା ଏବଂ ଆଇନ ସଚିବ ରବି ଶର୍ମା ଏବଂ ଅନ୍ୟାନ୍ୟ ସରକାରୀ ଅଧିକାରୀ ଯୋଗ ଦେଇଥିଲେ।
ସ୍ମରଣଯୋଗ୍ୟ, ୨୦୦୮ ମେ ୧୩ ତାରିଖରେ ଜୟପୁରରେ ୮ଟି ବୋମା ବିସ୍ଫୋରଣ ଘଟି ୮୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା ଏବଂ ୧୮୩ରୁ ଅଧିକ ଲୋକ ଆହତ ହୋଇଥିଲେ।
Follow Us