ଅଞ୍ଜୁ ଇସଲାମ ଗ୍ରହଣ କରିଥିଲେ ବି ତାଙ୍କ ପିଲାମାନେ ପାକିସ୍ତାନ ଆସିଲେ ଇସଲାମ ଗ୍ରହଣ କରିବେନି: ନସରୁଲ୍ଲା

Advertisment
ଅଞ୍ଜୁ ଇସଲାମ ଗ୍ରହଣ କରିଥିଲେ ବି ତାଙ୍କ ପିଲାମାନେ ପାକିସ୍ତାନ ଆସିଲେ ଇସଲାମ ଗ୍ରହଣ କରିବେନି: ନସରୁଲ୍ଲା

ନୂଆଦିଲ୍ଲୀ: ରାଜସ୍ଥାନର ଅଲୱର ଜିଲ୍ଲାର ଭିୱାଡିରୁ ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ପାକିସ୍ତାନ ଯିବ‌ା ପରେ ଅଞ୍ଜୁ ଇସଲାମ ଗ୍ରହଣ କରିବା ସହ ତାଙ୍କର ଫେସବୁକ ବନ୍ଧୁ ନସରୁଲ୍ଲାଙ୍କୁ ବିବାହ କରିଥିଲେ। ଏହା ସହ ସେ ବୁର୍ଖା ପିନ୍ଧିଥିବାର ମଧ୍ୟ ଦେଖାଯାଇଥିଲା। ଏବେ ଅଞ୍ଜୁ ଧର୍ମ ବଦଳାଇବା ପରେ ଭାରତ ଫେରିବେ ବୋଲି ଜଣାଯାଇଛି। ଏକଥା ତାଙ୍କ ଦ୍ବିତୀୟ ସ୍ବାମୀ ନସରୁଲ୍ଲା କହିଛନ୍ତି।

ସେ କହିଛନ୍ତି ଯେ, ଅଗଷ୍ଟ ମାସରେ ଅଞ୍ଜୁ ଭାରତ ଯିବେ। ହେଲେ ମୁଁ ଭୟ କରୁଛି ଯେ ଭାରତରେ ଅଞ୍ଜୁଙ୍କ ଜୀବନ ବିପଦରେ ପଡିପାରେ। ଯେତେବେଳେ ସେ ଭାରତ ଯିବେ, ସେଠାରେ ତାଙ୍କ ଉପରେ କେହି ଆକ୍ରମଣ କରିଦେବେ ନଚେତ୍ ତାଙ୍କୁ ହତ୍ୟା କରାଯିବ ବୋଲି ମୁଁ ସନ୍ଦେହ କରୁଛି। ଅଞ୍ଜୁ ଇସଲାମ ଧର୍ମ ଗ୍ରହଣ କରିଛନ୍ତି। ସେ ଶୀଘ୍ର ପାକିସ୍ତାନର ନାଗରିକତ୍ୱ ପାଇବେ। ମୁଁ ଅଞ୍ଜୁଙ୍କୁ ବିବାହ କରିଛି। ସେଥିପାଇଁ କେବେ ବି ତାଙ୍କ ହାତ ଛାଡ଼ିବି ନାହିଁ। ମୁଁ ତାଙ୍କ ସହ ତାଙ୍କ ପିଲାମାନଙ୍କୁ ଗ୍ରହଣ କରିବି। କିନ୍ତୁ ଅଞ୍ଜୁଙ୍କ ପିଲାମାନେ ଇସଲାମ ଧର୍ମ ଗ୍ରହଣ କରିବେ ନାହିଁ। "

ଏହା ପୂର୍ବରୁ ଅଞ୍ଜୁ କହିଥିଲେ, ‘‘ମୋତେ ଭାରତ ଆସିବା ଅବସ୍ଥାରେ ରଖି ନାହାନ୍ତି ସ୍ବାମୀ। ସେ ମୋ ନାମରେ ଏମିତି ଅପପ୍ରଚାର କରିଛନ୍ତି, ଯାହାଫଳରେ ମୋତେ ସେଠାରେ କେହି ଗ୍ରହଣ କରିବେ ନାହିଁ ।ଏଭଳି ପରିସ୍ଥିତିରେ ମୁଁ ଭାରତ ଯାଇ କାହିଁକି ହନ୍ତସନ୍ତ ହେବି? ଦେଖିବାକୁ ଗଲେ ମୁଁ ପାକିସ୍ତାନରେ ସୁରକ୍ଷିତ ଅଛି। କେହି ମୋ ଉପରେ କୌଣସି ଚାପ ପକାଉ ନାହାନ୍ତି। ମୁଁ ସ୍ବାଧୀନ ଭାବେ ଏଠାରେ ରହୁଛି।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe