ଜାତୀୟସ୍ତରରେ ଟେବୁଲ ଟେନିସ ଖେଳିବା ପାଇଁ ଚୟନ ହୋଇଥିବା ଦୁଇଜଣ ଛାତ୍ରଙ୍କ ମୃତ୍ୟୁ

ଜାତୀୟସ୍ତରରେ ଟେବୁଲ ଟେନିସ ଖେଳିବା ପାଇଁ ଚୟନ ହୋଇଥିବା ଦୁଇ ନାବାଳକ ଛାତ୍ରଙ୍କ ପୋଖରୀରେ ବୁଡ଼ି ଯିବାରୁ ହୋଇଛି ମୃତ୍ୟୁ। ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଛି ଶୋକରଛାୟା।

21


ନୂଆଦିଲ୍ଲୀ: ରାଜସ୍ଥାନର ଶାହପୁରା ଜିଲ୍ଲା ମୁଖ୍ୟାଳୟରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସ୍କୁଲ ସାମ୍ନାରେ ଥିବା ପୋଖରୀ ନିକଟରେ ସେଲଫି ନେଉଥିବା ବେଳେ ଗୋଡ଼ ଖସି ଯିବାରୁ ଦୁଇଜଣ ନାବାଳକଙ୍କ ପାଣିରେ ବୁଡ଼ି ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ମୃତ ଦୁଇ ନାବାଳକ ଜାତୀୟସ୍ତରରେ ଟେବୁଲ ଟେନିସ ଖେଳିବା ପାଇଁ ଚୟନ ହୋଇଥିଲେ। 

ଶାହପୁରାର ସବଇନ୍ସପେକ୍ଟର ରାଜେଶ ଆର୍ଯଙ୍କ କହିବାନୁସାରେ, ବିବେକାନନ୍ଦ ରାଜକୀୟ ମଡେଲ ସ୍କୁଲରେ ପାଠପଢ଼ୁଥିବା ୯ମ ଶ୍ରେଣୀର ଛାତ୍ର ଶ୍ଳୋକ ଜାଗେଟିୟା ଓ ଇଣ୍ଡିୟନ ପବ୍ଲିକ ସ୍କୁଲରେ ୯ମ ଶ୍ରେଣୀରେ ପାଠପଢ଼ୁଥିବା ରୁଦ୍ର ପ୍ରତାପ ଟେବୁଲ ଟେନିସ ଅତି ସୁନ୍ଦର ଭାବେ ଖେଳି ଥାଆନ୍ତି। ଦୁହିଁଙ୍କ ନିକଟରେ ଜାତୀୟସ୍ତରରେ ଖେଳିବା ପାଇଁ ଚୟନ ହୋଇଥିଲା। 

ଏଥିପାଇଁ ବିବେକାନନ୍ଦ ରାଜକୀୟ ମଡେଲ ସ୍କୁଲରେ ଦୁହେଁ ମିଶି ଟେବୁଲ ଟେନିସ ଖେଳର ଅଭ୍ୟାସ କରୁଥିଲେ। ଏହି ସମୟରେ ରୁଦ୍ର ପ୍ରତାପ ଓ ଶ୍ଳୋକ ଜାଗେଟିୟା ମିଶି ସ୍କୁଲ ନିକଟରେ ଥିବା ଏକ ପୋଖରୀ ପାଖକୁ ଯାଇ ସେଲଫି ନେଇଥିଲେ। ଅସାବଧାନତାବଶତଃ ଦୁହିଁଙ୍କ ଗୋଡ଼ ଖସି ଯାଇଥିଲେ। ଫଳରେ ଦୁହେଁ ପୋଖରୀ ଭିତରେ ପଡ଼ି ଯାଇଥିଲେ। 

ଦୁଇଜଣ ଛାତ୍ର ପୋଖରୀ ଭିତରେ ବୁଡ଼ିଯିବା ଖବର ସ୍ଥାନୀୟଲୋକ ପାଇବା ପ‌ରେ ଦୁହିଁଙ୍କୁ ଉଦ୍ଧାର କରାଯାଇଥିଲା। କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ଡାକ୍ତର ଶ୍ଳୋକ ଜାଗେଟିୟା ଓ ରୁଦ୍ର ପ୍ରତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe