୨ ସପ୍ତାହ ପାଇଁ ‘ଇଣ୍ଡିଆ ଟୁଡେ’ ପରଦାକୁ ଆସିପାରିବେନି ରାଜଦୀପ

Advertisment
୨ ସପ୍ତାହ ପାଇଁ ‘ଇଣ୍ଡିଆ ଟୁଡେ’ ପରଦାକୁ ଆସିପାରିବେନି ରାଜଦୀପ

The News Minute

ନୂଆଦିଲ୍ଲୀ : ଚାଷୀ ଆନ୍ଦୋଳନକୁ ନେଇ ମିଛ ଖବର ପ୍ରସାର କରିବା ମାମଲାରେ ଇଣ୍ଡିଆ ଟୁଡେ ଚ୍ୟାନେଲ ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଚ୍ୟାନେଲ ତାଙ୍କୁ ଦୁଇ ସପ୍ତାହ ପାଇଁ ଇଣ୍ଡିଆ ଟୁଡେ ଗ୍ରୁପ୍‌ର ଟିଭି କାର୍ଯ୍ୟକ୍ରମରୁ ଦୂରେଇ ରଖିବା ସହ ଏକ ମାସର ଦରମା କାଟିଥିବା ସୂଚନା ମିଳିଛି। ଏଭଳି କାର୍ଯ୍ୟାନୁଷ୍ଠାନ ପରେ ରାଜଦୀପ ଇଣ୍ଡିଆ ଟୁଡେରୁ ଇସ୍ତଫା ଦେଇଥିବା ମଧ୍ୟ ଚର୍ଚ୍ଚା ହେଉଛି। ନିକଟରେ ଚାଷୀ ଆନ୍ଦୋଳନକୁ ନେଇ ରାଜଦୀପ ଏକ ଟ୍ବିଟ୍‌ କରି କହିଥିଲେ, ଚାଷୀ ଆନ୍ଦୋଳନ ବେଳେ ପୋଲିସ ଗୁଳିରେ ୪୫ ବର୍ଷୀୟ ନବନୀତ ନାମକ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ହେଲେ ପ୍ରକୃତରେ ସେହି ବ୍ୟକ୍ତି ଜଣକ ଟ୍ରାକ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏହି ଟ୍ବିଟ୍‌କୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହା ପୂର୍ବରୁ ନେତାଜୀ ଜୟନ୍ତୀରେ ମଧ୍ୟ ରାଜଦୀପ ରାଷ୍ଟ୍ରପତିଙ୍କ ଦ୍ୱାରା ଉନ୍ମୋଚିତ ନେତାଜୀଙ୍କ ପ୍ରକୃତ ଫଟୋ ବଦଳରେ ଭୁଲ୍ ଫଟୋକୁ ଟ୍ବିଟ୍‌ କରିବାରୁ ବଡ଼ ବିବାଦ ଉପୁଜିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe