ଇସ୍ତଫା‌ ଦେଲେ ରାଜୀବ କୁମାର, ସୁମନ ବେରି ନିତି ଆୟୋଗର ନୂଆ ଉପାଧ୍ୟକ୍ଷ

Advertisment
ଇସ୍ତଫା‌ ଦେଲେ ରାଜୀବ କୁମାର, ସୁମନ ବେରି ନିତି ଆୟୋଗର ନୂଆ ଉପାଧ୍ୟକ୍ଷ

ନୂଆଦିଲ୍ଲୀ: ପାଞ୍ଚ ବର୍ଷ ପୂର୍ବେ ନିତି ଆୟୋଗ ଉପାଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିବା ରାଜୀବ କୁମାର ଇସ୍ତଫା ହଠାତ୍‌ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସରକାର ତାଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି। ଚଳିତ ମାସ ୩୦ରେ ରାଜୀବଙ୍କ କାର୍ଯ୍ୟକାଳ ଶେଷ ହେବ। ତାଙ୍କ ସ୍ଥାନରେ ବିଶିଷ୍ଟ ଅର୍ଥନୀତିଜ୍ଞ ସୁମନ ବେରିଙ୍କୁ ନିତି ଆୟୋଗର ନୂଆ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି।

ନ୍ୟାସନାଲ୍ କାଉନ୍‌ସିଲ୍‌ ଫର ଆପ୍ଲାଏଡ୍‌ ଇକୋନମିକ୍ ରିସର୍ଚ (ଏନ୍‌ସିଏଇଆର୍‌)ର ମହାନିର୍ଦେଶକ ଭାବେ ୨୦୦୧ରୁ ୨୦୧୧ ପର୍ଯ୍ୟନ୍ତ ୧୦ ବର୍ଷ ଧରି ସୁମନ କାର୍ଯ୍ୟ କରିଥିଲେ। ସେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ, ପରିସଂଖ୍ୟାନ ଆୟୋଗ ଏବଂ ମୁଦ୍ରାନୀତି ସମ୍ପର୍କିତ ଭାରତୀୟ ରିଜର୍ଭ ବ୍ୟାଙ୍କର ବୈଷୟିକ ପରାମର୍ଶଦାତା କମିଟିର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ହେଉଛନ୍ତି ସେଣ୍ଟର ଫର ପଲିସି ରିସର୍ଚର ଭିଜିଟିଂ ଫେଲୋ ଓ ୱାସିଂଟନ ଡିସିର ଉଡ୍‌ରୋ ୱିଲ୍‌ସନ୍ ଇଣ୍ଟରନ୍ୟାସନାଲ୍ ସେଣ୍ଟର ଫର ସ୍କଲାରର ଗ୍ଲୋବାଲ୍ ଫେଲୋ ମଧ୍ୟ। ବ୍ରସେଲ୍‌ସରେ ଥିବା ବ୍ରୁଏଜେଲ୍‌ ନାମକ ଅର୍ଥନୈତିକ ନୀତି ଗବେଷଣା ପ୍ରତିଷ୍ଠାନର ସେ ହେଉଛନ୍ତି ପ୍ରବାସୀ ଫେଲୋ। ରାଜୀବ କୁମାର ନିତି ଆୟୋଗକୁ ଆକାର ପ୍ରଦାନ କରିବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି। ସେ ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ହୋଇଥିବା ବେଳେ ୨୦୧୭ ଅଗଷ୍ଟରେ ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନାଗାରିୟାଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe