ବରଫରେ ଖସି ପାକିସ୍ତାନ ସୀମାକୁ ଚାଲିଯାଇଛନ୍ତି ରାଜେନ୍ଦ୍ର ସିଂହ; କାନ୍ଦିକାନ୍ଦି ଭାଙ୍ଗି ପଡ଼ିଲେଣି ପରିବାରଲୋକ

Advertisment
ବରଫରେ ଖସି ପାକିସ୍ତାନ ସୀମାକୁ ଚାଲିଯାଇଛନ୍ତି ରାଜେନ୍ଦ୍ର ସିଂହ; କାନ୍ଦିକାନ୍ଦି ଭାଙ୍ଗି ପଡ଼ିଲେଣି ପରିବାରଲୋକ

Special Coverage News

କଶ୍ମୀର: କଶ୍ମୀରର ଗୁଲମର୍ଗରେ ମୁତୟନ ଥିବା ଡେରାଡୁନର ବାସିନ୍ଦା ହାବିଲଦାର ରାଜନ୍ଦ୍ରେ ସିଂହ ନେଗି ବରଫରେ ଖସି ପାକିସ୍ତାନ ସୀମାରେ ପହଞ୍ଚି ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ରାଜେନ୍ଦ୍ର ସିଂହଙ୍କ କୌଣସି ସୂଚନା ମିଳି ପାରି ନଥିଲା। ରାଜେନ୍ଦ୍ରଙ୍କ ନିଖୋଜ ଖବର ଶୁଣି ପରିବାରଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। କାନ୍ଦିକାନ୍ଦି ନଖାଇ ନପିଇ ସେମାନଙ୍କ ଦିନ କଟୁଛି।

कश्मीर में लापता सेना का जवान, बर्फ में फिसलकर पाकिस्तान सीमा में पहुंचा aajtak

ରାଜେନ୍ଦ୍ର ସିଂହ ନେଗିଙ୍କ ପତ୍ନୀ ରାଜେଶ୍ୱରୀ ଦେବୀଙ୍କ କହିବାନୁସାରେ, ଗତ ୮ ତାରିଖରେ ଶେଷଥର ପାଇଁ ରାଜେନ୍ଦ୍ରଙ୍କ ସହିତ କଥା ହୋଇ ପାରିଥିଲେ। ଏହାପରଠାରୁ ତାଙ୍କର କୌଣସି ଖବର ମିଳି ନାହିଁ। ଏନେଇ ସେନାଙ୍କୁ ରାଜେନ୍ଦ୍ରଙ୍କ ସମ୍ପର୍କରେ ପଚାରିବାରୁ ସେମାନେ ରାଜେନ୍ଦ୍ର ନିଖୋଜ ଥିବା କହିବା ସହିତ ତାଙ୍କୁ ଖୋଜିବା ପାଇଁ ଉଦ୍ୟମ ଜାରି ରହିଥିବା କହିଥିଲେ। ଏହାର ଦୁଇଦିନ ପରେ ପୁଣି ଫୋନ୍‌ କରିବାକୁ ରାଜେନ୍ଦ୍ର ଡିୟୁଟି କରୁଥିବା ସମୟରେ ବରଫରେ ଖସି ପାକିସ୍ତାନ ସୀମାକୁ ଚାଲି ଯାଇଥିବା ଜଣାପଡ଼ିଛି ବୋଲି କହିଥିଲେ।

कश्मीर में लापता सेना का जवान, बर्फ में फिसलकर पाकिस्तान सीमा में पहुंचा aajtak.

ରାଜେନ୍ଦ୍ରଙ୍କୁ ଶୀଘ୍ର ଫେରାଇ ଆଣନ୍ତୁ କହି ପରିବାରଲୋକ କାନ୍ଦିକାନ୍ଦି ସରକାରଙ୍କୁ ଗୁହାରି କରିଛନ୍ତି। ମୂଳଭାବେ ଗଢ଼ବାଲର ଆଦିବଦ୍ରୀ ଓ ଡେରାଡୁନ୍‌ର ଅମ୍ବିବାଲା ସୈନିକ କଲୋନିରେ ରାଜେନ୍ଦ୍ର ସିଂହ ନେଗି ରହନ୍ତି। ୨୦୦୨ରେ ୧୧ଗଢ଼ବାଲ ରାଇଫଲରେ ସେ ଯୋଗ ଦେଇଥିଲେ। ଅକ୍ଟୋବର ୨ ତାରିଖରେ ରାଜେନ୍ଦ୍ର ସିଂହ ନେଗି ଛୁଟି କାଟିବା ପାଇଁ ଡେରାଡୁନ୍‌ ଆସିଥିଲେ। ନଭେମ୍ବରରେ ପୁଣି ନିଜ ଡିୟୁଟିରେ ଯୋଗ ଦେବାକୁ ଫେରି ଯାଇଥିଲେ। ସେ କଶ୍ମୀରର ଗୁଲମର୍ଗରେ ବରଫାଞ୍ଚଳରେ ମୁତୟନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe