ଦଙ୍ଗାକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ଶାନ୍ତି ଫେରାଇଆଣିବାକୁ ନିଯୁକ୍ତ ହେଲେ ନୂଆ ଡିଜିପି, ରାଜୀବ ସିଂଙ୍କୁ ମିଳିଲା ଦାୟିତ୍ୱ

Advertisment
ଦଙ୍ଗାକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ଶାନ୍ତି ଫେରାଇଆଣିବାକୁ ନିଯୁକ୍ତ ହେଲେ ନୂଆ ଡିଜିପି, ରାଜୀବ ସିଂଙ୍କୁ ମିଳିଲା ଦାୟିତ୍ୱ

ଇମ୍ଫାଲ: ମଣିପୁରରେ ଅଶାନ୍ତ ସ୍ଥିତି ଲାଗି ରହିଛି। ବିଭିନ୍ନ ଅଞ୍ଚଳରେ ଲୁଟ୍‌ ଏବଂ ପୋଡ଼ାଜଳା ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ତେବେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ମଧ୍ୟରେ ମଣିପୁରରେ ଏକ ପ୍ରମୁଖ ପ୍ରଶାସନିକ ପରିବର୍ତ୍ତନ ହୋଇଛି। ୧୯୯୩ ବ୍ୟାଚ୍ ଆଇପିଏସ୍ ଅଧିକାରୀ ରାଜୀବ ସିଂଙ୍କୁ ରାଜ୍ୟର ନୂତନ ଡିଜିପି କରାଯାଇଛି। ଏହାର ଗୋଟିଏ ଦିନ ପୂର୍ବରୁ ତାଙ୍କ କ୍ୟାଡରଙ୍କୁ ତିନି ବର୍ଷ ପାଇଁ ମଣିପୁରକୁ ଟ୍ରାନ୍ସଫର କରିଦିଆଯାଇଛି | ବର୍ତ୍ତମାନ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସରେ ଇନ୍ସପେକ୍ଟର ଜେନେରାଲ ବା ଆଇଜି ପଦରେ ଥିବା ରାଜୀବଙ୍କୁ ମଣିପୁରର ଡିଜିପି ଭାବେ ଦାୟିତ୍ୱ ଦିଆଯାଇଛି |

ସୂଚନାନୁସାରେ, ରାଜ୍ୟରେ ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ପୁଲିସ ସେବା (ଆଇପିଏସ୍) ବରିଷ୍ଠ ଅଧିକାରୀ ରାଜୀବ ସିଂଙ୍କୁ ଡିଜିପି ପଦରେ ନିଯୁକ୍ତ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁଯାୟୀ ରାଜୀବ ସିଂଙ୍କୁ ତିନି ବର୍ଷ ପାଇଁ ନିଯୁକ୍ତି ଦିଆଯାଇଥିବାବେଳେ ଗୃହ ମନ୍ତ୍ରାଳୟ ମଧ୍ୟ ସିଆରପିଏଫକୁ ତୁରନ୍ତ ତାଙ୍କୁ ଦାୟିତ୍ୱରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛି | ସେହିପରି ବର୍ତ୍ତମାନ ଡିଜିପି ଥିବା ପି.ଦୌନଗେଲଙ୍କୁ ଓଏସଡି ଭାବେ ବଦଳି କରାଯାଇଛି |

ଅନ୍ୟପଟେ ମଣିପୁର ହିଂସାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଘଟଣାର ତଦନ୍ତ କରୁଥିବା ସ୍ବତନ୍ତ୍ର ‘ସିବିଆଇ’ଟିମ୍‌ର ତତ୍ତ୍ବାବଧାନ ନିମନ୍ତେ କେନ୍ଦ୍ର ସରକାର ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ନେତୃତ୍ବରେ ଏକ କମିଟି ଗଠନ କରିଛନ୍ତି | ହିଂସା ଘଟଣା ତଦନ୍ତ ନିମନ୍ତେ ମଣିପୁରରେ କେତେଗୁଡ଼ିଏ ଏଜେନ୍‌ସି କାମ କରୁଛନ୍ତି। ଷଡ଼ଯନ୍ତ୍ରର ଆଭାସ ଦେଉଥିବା ୬ଟି ହିଂସା ଘଟଣାର ଉଚ୍ଚସ୍ତରୀୟ ‘ସିବିଆଇ’ ତଦନ୍ତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe