ଆରଏମଏମ ଦଳ ଭାଙ୍ଗି ଭବିଷ୍ୟତରେ ରାଜନୀତିରେ ପ୍ରବେଶ କରିବାର ଯୋଜନା ନଥିବା କହିଲେ ସୁପରଷ୍ଟାର ରଜନୀକାନ୍ତ

Advertisment
ଆରଏମଏମ ଦଳ ଭାଙ୍ଗି ଭବିଷ୍ୟତରେ ରାଜନୀତିରେ ପ୍ରବେଶ କରିବାର ଯୋଜନା ନଥିବା କହିଲେ ସୁପରଷ୍ଟାର ରଜନୀକାନ୍ତ

ନୂଆଦିଲ୍ଲୀ: ସୁପରଷ୍ଟାର ରଜନୀକାନ୍ତ ଆଜି ତାଙ୍କ ପାର୍ଟି ରଜନୀ ମକ୍କଲ ମନ୍ଦ୍ରମର (ଆରଏମଏମ)କୁ ଭାଙ୍ଗି ଦେଇଛନ୍ତି | ସେ ରାଜନୀତିରେ ପ୍ରବେଶ କରିବା ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା ଆଜି ତାହାର ଅନ୍ତ ଘଟିଛି | ଦଳ ଭାଙ୍ଗିବା ସହ ଆଗାମୀ ଦିନରେ ରାଜନୀତିରେ ଯୋଗ ଦେବାର କୌଣସି ଯୋଜନା ନଥିବା କହିଛନ୍ତି ରଜନୀକାନ୍ତ |

ଆରଏମଏମ ଭାଙ୍ଗିବାର ନିଷ୍ପତ୍ତି ଘୋଷଣା କରି ସୁପରଷ୍ଟାର କହିଛନ୍ତି ଯେ ପ୍ରଶଂସକଙ୍କ କଲ୍ୟାଣ ସଙ୍ଗଠନ ଭାବରେ ଆରଏମଏମକୁ ନବୀକରଣ କରାଯିବ। ବିଦ୍ୟମାନ ପରିସ୍ଥିତି ଯୋଗୁଁ ଆମେ ଯାହା ଆଶା କରିଥିଲୁ ତାହା ହୋଇ ପାରିଲା ନାହିଁ । ଭବିଷ୍ୟତରେ ରାଜନୀତିରେ ପ୍ରବେଶ କରିବାକୁ ମୋର କୌଣସି ଯୋଜନା ନାହିଁ ବୋଲି ରଜନୀକାନ୍ତ ଆରଏମଏମ କାର୍ଯ୍ୟକର୍ତ୍ତାଙ୍କ ସହ ସାକ୍ଷାତ ପରେ କହିଛନ୍ତି।

Image ANI

ପୂର୍ବରୁ ଅଭିନେତା ଆରଏମଏମ ଜରିଆରେ ନିଜର ରାଜନୈତିକ ଜୀବନ ଆରମ୍ଭ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା | ତେବେ ଗତ ଡିସେମ୍ବରରେ ଅଭିନେତା କହିଥିଲେ ଯେ, ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ରାଜନୀତିରେ ଯୋଗଦେବେ ନାହିଁ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe