ପେରିୟରଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନକୁ ନେଇ କ୍ଷମା ମାଗିବି ନାହିଁ: ରଜନୀକାନ୍ତ

Advertisment
ପେରିୟରଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନକୁ ନେଇ କ୍ଷମା ମାଗିବି ନାହିଁ: ରଜନୀକାନ୍ତ

The Financial Express

ନୂଆଦିଲ୍ଲୀ: ତାମିଲ ସୁପରଷ୍ଟାର ତଥା ରାଜନେତା ରଜନୀକାନ୍ତ ତାମିଲନାଡୁର କିମ୍ବଦନ୍ତି ପୁରୁଷ ଇଭି ରାମସ୍ବାମୀ ପେରିୟରଙ୍କ ସଂପର୍କରେ ଏକ ବିବାଦୀୟ ବୟାନ ଦେଇଥିଲେ। ଏହି ବୟାନକୁ ନେଇ ରଜନୀକାନ୍ତଙ୍କ ନାମରେ ଅଭିଯୋଗ ମଧ୍ୟ ହୋଇଛି।

ମଙ୍ଗଳବାର ଖବର ପ୍ରକାଶ ପାଇଛି କି, ତାମିଲ ସୁପରଷ୍ଟାର ତଥା ରାଜନେତା ରଜନୀକାନ୍ତ ଇଭି ରାମସ୍ବାମୀ ପେରିୟରଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ  ଦୁଃଖ ପ୍ରକାଶ କରି ନାହାନ୍ତି। କେବଳ ଏତିକି ନୁହେଁ,  ରଜନୀକାନ୍ତ ଦେଇଥିବା ଏହି ବିବାଦୀୟ ବୟାନ ପାଇଁ କ୍ଷମା ମାଗିବେ ନାହିଁ ବୋଲି ବି ସ୍ପଷ୍ଟ କରିଦେଇଛନ୍ତି।

Rajinikanth Periyar controversy .indiatoday

ଏହି ବିବାଦକୁ ନେଇ ଡିଏମକେ ଅଧ୍ୟକ୍ଷ ଏମକେ ଷ୍ଟାଲିନ କହିଛନ୍ତି, ‘ମୋର ବନ୍ଧୁ ରଜନୀକାନ୍ତ ଅଭିନେତା, ସେ ରାଜନେତା ନୁହନ୍ତି। ହେଲେ ଦୁଃଖ ଯେ ପେରିୟରଙ୍କ ବିଷୟରେ ରାଜନୀକାନ୍ତ କିଛି କହିବା ପୂର୍ବରୁ  ବୁଝି ବିଚାରି କହିବା ଉଚିତ ଥିଲା।’

ରାଜନୀକାନ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡ ବିଧାନ ଆଇନ ଅନୁଯାୟୀ ଧାରା ୧୫୩ (ଏ)ରେ ମାମଲା ରୁଜୁ କରାଯିବା ପାଇଁ ଦାବି କରାଯାଉଛି।

କିଛି ଦିନ ପୂର୍ବରୁ  ସୁପରଷ୍ଟାର ରଜନୀକାନ୍ତ ବିଜେପିକୁ ନେଇ  ଆକ୍ଷେପ କରି କହିଥିଲେ, ବିଜେପି ଦୀର୍ଘ ସମୟ ଧରି ତାଙ୍କୁ ଗୈରିକ ରଙ୍ଗରେ ରଙ୍ଗାୟିତ କରିବାର ଚେଷ୍ଟା କରୁଛି, ହେଲେ ସେ ବିଜେପିର ଜାଲରେ ଫସିବେ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe