ସିଏଏ ମୁସଲିମ୍‌ ବିରୋଧୀ ନୁହେଁ: ରଜନୀକାନ୍ତ

ସିଏଏ ମୁସଲିମ୍‌ ବିରୋଧୀ ନୁହେଁ: ରଜନୀକାନ୍ତ

Newskarnataka.com

ଚେନ୍ନାଇ : ଅଭିନେତା ରଜନୀକାନ୍ତ ଆଜି ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ସମର୍ଥନ କରିଛନ୍ତି। ରଜନୀକାନ୍ତ କହିଛନ୍ତି, ସିଏଏ ମୁସଲିମ୍‌ ବିରୋଧୀ ନୁହେଁ। ସିଏଏ ଯୋଗୁଁ କୌଣସି ମୁସଲିମ ପ୍ରଭାବିତ ହେବେନାହିଁ। ଯଦି ସିଏଏ ଯୋଗୁଁ କୌଣସି ମୁସଲିମ୍‌ ପ୍ରଭାବିତ ହୁଅନ୍ତି ତେବେ ମୁଁ ନିଜେ ଆନ୍ଦୋଳନର ନେତୃତ୍ବ ନେବି ବୋଲି ସେ କହିଛନ୍ତି। ଚେନ୍ନାଇ ପୋସ୍‌ ଗାର୍ଡେନ୍‌ ସ୍ଥିତ ତାଙ୍କ ବ‌ାସଭବନ ନିକଟରେ ରଜନୀକାନ୍ତ ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି, ଜଣେ ବି ଭାରତୀୟ ମୁସ୍‌ଲିମଙ୍କ ସହ ଏହି ଆଇନର କୌଣସି ସଂପର୍କ ନାହିଁ। କିନ୍ତୁ କିଛି ରାଜନୈତିକ ଦଳ ସିଏଏ ନେଇ ଲୋକମାନଙ୍କୁ ବିଭ୍ରାନ୍ତି କରୁଛନ୍ତି ଏବଂ ହିଂସାତ୍ମକ ଆନ୍ଦୋଳନ ହେଉଛି। କିନ୍ତୁ ଛାତ୍ରମା‌ନେ କୌଣସି ରାଜନୈତିକ ଦଳ ଦ୍ବାରା ବିଭ୍ରାନ୍ତି ହେବା ଉଚିତ୍‌ ନୁହେଁ। ସେମାନେ ଆନ୍ଦୋଳନରେ ଯୋଗ ଦେବା ପୂର୍ବରୁ ଏହି ପ୍ରସଙ୍ଗକୁ ଭଲଭାବେ ବୁଝିବା ଉଚିତ୍‌ ବୋଲି ରଜନୀକାନ୍ତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe