Image Source: India Today
ନୂଆଦିଲ୍ଲୀ: ନିକଟରେ ବାନ୍ଦିପୁର ଅରଣ୍ୟରେ ସୁପରଷ୍ଟାର୍ ରଜନୀକାନ୍ତ ‘ଡିସ୍କଭରି ଚାନେଲ୍’ର କାର୍ଯ୍ୟକ୍ରମ ‘ଇଣ୍ଟୁ ଦି ଓ୍ଵାଇଲ୍ଡ୍ ଓ୍ଵିଥ୍ ବେୟର୍ ଗ୍ରିଲ୍ସ୍’ର ଏକ ଏପିସୋଡ୍ ସୁଟିଙ୍ଗ୍ କରିଛନ୍ତି।
ଏବେ ଡିସ୍କଭରି ଚାନେଲ୍ ଏହି ନୂଆ ସୋ’ ପାଇଁ ୪୦ ସେକେଣ୍ଡ୍ର ଟିଜର୍ ରିଲିଜ୍ କରିଛି। ଏହି ଏପିସୋଡ୍ ଆସନ୍ତା ମାର୍ଚ ୨୩ ତାରିଖ ରାତି ୮ଟା ବେଳେ ପ୍ରସାରଣ କରାଯିବ।
ଜାନୁଆରି ମାସରେ ରଜନୀକାନ୍ତ ଓ ବେୟର୍ ଗ୍ରିଲ୍ସ୍ କର୍ଣ୍ଣାଟକର ବାନ୍ଦିପୁର ବ୍ୟାଘ୍ର ସଂରକ୍ଷଣରେ ଏହି ଏପିସୋଡ୍ର ସୁଟିଙ୍ଗ୍ କରିଥିଲେ। ସୁଟିଙ୍ଗ୍ ପରେ ରଜନୀକାନ୍ତ ଟୁଇଟ୍ କରି ଗ୍ରିଲ୍ସ୍ଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ଲେଖିଥିଲେ: ଅବିସ୍ମରଣୀୟ ଅନୁଭୂତି ନିମନ୍ତେ ଆପଣଙ୍କୁ ବହୁତ ଧନ୍ୟବାଦ ବେୟର୍ ଗ୍ରିଲ୍ସ୍... ଆପଣଙ୍କୁ ଶ୍ରଦ୍ଧା କରେ। ‘ଇଣ୍ଟୁ ଦି ଓ୍ଵାଇଲ୍ଡ୍ ଓ୍ଵିଥ୍ ବେୟର୍ ଗ୍ରିଲ୍ସ୍’ ଲାଗି ଡିସ୍କଭରିକୁ ଧନ୍ୟବାଦ।
ରଜନୀକାନ୍ତଙ୍କ ଛଡ଼ା ‘ଇଣ୍ଟୁ ଦି ଓ୍ଵାଇଲ୍ଡ୍ ଓ୍ଵିଥ୍ ବେୟର୍ ଗ୍ରିଲ୍ସ୍’ ଲାଗି କର୍ଣ୍ଣାଟକରେ ଅଭିନେତା ଅକ୍ଷୟ କୁମାର ଅନ୍ୟ ଏକ ଏପିସୋଡ୍ ସୁଟିଙ୍ଗ୍ କରିଛନ୍ତି।
Follow Us