ଟିଏମ୍‌ସିରେ ଯୋଗ ଦେଲେ ରାଜୀବ ବାନାର୍ଜୀ

Advertisment
ଟିଏମ୍‌ସିରେ ଯୋଗ ଦେଲେ ରାଜୀବ ବାନାର୍ଜୀ

The Economic Times

କୋଲକାତା : ପଶ୍ଚିମବଙ୍ଗର ଆଉ ଜଣେ ବିଜେପି ନେତା ଶାସକ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ଚଳିତ ବର୍ଷ ଆରମ୍ଭରୁ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ସରକାରର ମନ୍ତ୍ରୀ ପଦ ଛାଡ଼ି ବିଜେପିରେ ଯୋଗ ଦେଇଥିବା ବରିଷ୍ଠ ନେତା ରାଜୀବ ବାନାର୍ଜୀ ଆଜି ତ୍ରିପୁରାରେ ଆୟୋଜିତ ଟିଏମ୍‌ସିର କେନ୍ଦ୍ରୀୟ ମହାସଚିବ ତଥା ମମତା ବାନାର୍ଜୀଙ୍କ ପୁତୁରା ଅଭି‌ଷେକ ବାନାର୍ଜୀଙ୍କ ରାଲିରେ ପୁଣିଥରେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। ଏହି ଅବସରରେ ତ୍ରିପୁରାର ବିଜେପି ବିଧାୟକ ଆଶିଷ ଦାସ ମଧ୍ୟ ଆଜି ତୃଣମୂଳରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ ବିଜେପିରୁ ଇସ୍ତଫା ଦେଇଥିଲେ। ଅଭିଷେକ ଦୁଇ ନେତାଙ୍କୁ ଦଳୀୟ ପତାକା ଧରାଇ ସ୍ବାଗତ କରିଥିଲେ।

ପ୍ରକାଶ ଥାଉ କି, ରାଜୀବ ବାନାର୍ଜୀ ତୃଣମୂଳ କଂଗ୍ରେସକୁ ଫେରୁଥିବା ନେଇ ଦୀର୍ଘଦିନ ହେଲା କଳ୍ପନା ଜଳ୍ପନା ଚାଲିଥିଲା। ରାଜୀବ ଡୋମଜୁର ନିର୍ବାଚନ ମଣ୍ଡଳୀରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ୁଥିଲେ। ହେଲେ ସେ ତୃଣମୂଳ ପ୍ରାର୍ଥୀଙ୍କଠାରୁ ହାରି ଯାଇଥିଲେ। ସେହିଦିନଠାରୁ ସେ ଦଳୀୟ କାର୍ଯ୍ୟକ୍ରମଠାରୁ ଲଗାତାର ଦୂରେଇ ରହୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe