୧୯୮୬ରେ ବାବ୍‌ରି ମସ୍‌ଜିଦ ଖୋଲାଯିବା ଘଟଣା ରାଜୀବ ଗାନ୍ଧି ଜାଣିନଥିଲେ

Advertisment
୧୯୮୬ରେ ବାବ୍‌ରି ମସ୍‌ଜିଦ ଖୋଲାଯିବା ଘଟଣା ରାଜୀବ ଗାନ୍ଧି ଜାଣିନଥିଲେ

oneindia.com

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଯୋଧ୍ୟା ସ୍ଥିତ ବାବ୍‌ରି ମସଜିଦ୍‌ ବିବାଦୀୟ ଢାଞ୍ଚା ୧୯୮୬ ଫେବ୍ରୁଆରିରେ ଖୋଲାଯିବା ଘଟଣା ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ଜଣା ଥିଲା ବୋଲି ପ୍ରାୟ ଏ ସମ୍ପର୍କିତ ସମୟାନୁକ୍ରମିକ ଘଟଣାବଳୀ ଉପରେ ନିଘା ରଖୁଥିବା ବ୍ୟକ୍ତିମାନଙ୍କର ଏକ ପ୍ରକାର ଧାରଣା ରହି ଆସିଛି। ମାତ୍ର ସ୍ବର୍ଗତ ଗାନ୍ଧି ଏହି ବିବାଦୀୟ ଢାଞ୍ଚା ଖୋଲାଯିବା ସମ୍ପର୍କରେ ଆଦୌ ଅବଗତ ନଥିଲେ ବୋଲି ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ତଥା ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ ଵାଜହତ ହବିବୁଲ୍ଲାଙ୍କ ଦ୍ବାରା ଲିଖିତ ଏକ ପୁସ୍ତକରୁ ଜଣାଯାଇଛି। ଜାମ୍ମୁ ଓ କାଶ୍ମୀର କ୍ୟାଡର ଆଇଏଏସ୍‌ ଅଧିକାରୀ ହବିବୁଲ୍ଲାଙ୍କ ରଚିତ ‘ମାଇଁ ଇଅର୍ସ ଵିଥ୍‌ ରାଜୀବ ଗାନ୍ଧି ଟ୍ରମ୍ଫ୍‌ ଆଣ୍ଡ୍‌ ଟ୍ରାଜେଡ଼ି’ରେ ସେ ବିଗତ ଦିନର ସ୍ମୂତି ଅବତାରଣା କରିବା ଅବସରରେ ଏପରି ଦାବି କରିଛନ୍ତି।

ସେତେବେଳେ ଏପରି ବାବ୍‌ରି ଢାଞ୍ଚା ଖୋଲିବା ସହିତ ରାଜୀବ ଜଡ଼ିତ କି ବୋଲି ହବିବୁଲ୍ଲା ତାଙ୍କୁ ପ୍ରଶ୍ନ କରିଥିଲେ। ତେବେ ଏଥିରେ ରାଜୀବଙ୍କ ସିଧାସଳଖ ଆଶୁ ଉତ୍ତର ଥିଲା, ‘କୌଣସି ଧାର୍ମିକ ସ୍ଥଳ ପରିଚାଳନା ନିଷ୍ପତ୍ତିରେ ହସ୍ତକ୍ଷେପ କରିବାରେ କୌଣସି ବି ସରକାରଙ୍କ ଭୂମିକା ନାହିଁ। ମୁଁ ଏ ବିଷୟରେ ଆଦୌ ଅବଗତ ନଥିଲି। ତେବେ ସେଥି ପାଇଁ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲା ପରେ ହିଁ ମୋତେ ଜଣାଯାଇଥିଲା।’ ଅପରପକ୍ଷେ, ଏ ସମ୍ପର୍କରେ ଉତ୍ତରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବୀର ବାହାଦୂର ସିଂହଙ୍କୁ କୈଫିୟତ ତଲବ କରିବେ ବୋଲି ସ୍ବର୍ଗତ ଗାନ୍ଧି ସୂଚନା ଦେଇଥିଲେ। ଏଥି ସହିତ ଏପରି ବିବାଦୀୟ କାର୍ଯ୍ୟରେ ତତ୍କାଳୀନ କେନ୍ଦ୍ର ମନ୍ତ୍ରୀ ତଥା ତାଙ୍କ ସମ୍ପର୍କୀୟ ଭାଇ ଅରୁଣ ନେହରୁ ଓ ଫତେଦାର ମାଖନ ଲାଲଙ୍କ ପ୍ରଚ୍ଛନ୍ନ ହାତ ଥାଇପାରେ ବୋଲି ମଧ୍ୟ ରାଜୀବ ସନ୍ଦେହ ପ୍ରକାଶ କରିଥିଲେ ବୋଲି ହବିବୁଲ୍ଲା ତାଙ୍କ ବହିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe