ନିର୍ବାଚନ ଆୟୁକ୍ତ ଦାୟିତ୍ବ ନେଲେ ରାଜୀବ କୁମାର

ନିର୍ବାଚନ ଆୟୁକ୍ତ ଦାୟିତ୍ବ ନେଲେ ରାଜୀବ କୁମାର

Zoom News

ନୂଆଦିଲ୍ଲୀ : ପୂର୍ବତନ ଅର୍ଥ ସଚିବ ତଥା ୧୯୮୪ ବ୍ୟାଚ୍‌ ଝାଡ଼ଖଣ୍ଡ କ୍ୟାଡର ଆଇଏଏସ୍‌ ଅଧିକାରୀ ରାଜୀବ କୁମାର ମଙ୍ଗଳବାର ଦେଶର ନୂତନ ନିର୍ବାଚନ ଆୟୁକ୍ତ ଭାବେ ଯୋଗଦେଇଛନ୍ତି। ପୂର୍ବରୁ ଏହି ପଦବିରେ ଥିବା ଅଶୋକ ଲାଭାସା ଚଳିତ ମାସ ପ୍ରାରମ୍ଭରେ ଇସ୍ତଫା ଦେଇ ଏସିଆନ୍‌ ଡେଭଲପମେଣ୍ଟ୍‌ ବ୍ୟାଙ୍କର ଉପସଭାପତି ଭାବେ ଯୋଗଦେବାରୁ ଏହା ଖାଲି ପଡ଼ିଥିଲା। ଗତ ଏପ୍ରିଲ ୨୯ ତାରିଖରେ କେନ୍ଦ୍ର ଅର୍ଥ ସଚିବ ଭାବେ ଅବସର ନେଇଥିବା ଶ୍ରୀ କୁମାରଙ୍କୁ ପରେ ପରେ ପବ୍ଲିକ୍‌ ଏଣ୍ଟରପ୍ରାଇଜେସ୍‌ ସିଲେକ୍ସନ ବୋର୍ଡ(ପିଇଏସ୍‌ବି)ର ଅଧ୍ୟକ୍ଷ ଭାବେ ତିନି ବର୍ଷ ପାଇଁ ନିଯୁକ୍ତି ମିଳିଥିଲା। ସାର୍ବଜନୀନ ଯୋଜନା ଏବଂ ପ୍ରଶାସନ କ୍ଷେତ୍ରରେ ଦୀର୍ଘ ୩୦ ବର୍ଷର ଅଭିଜ୍ଞତା ଥିବା ଶ୍ରୀ କୁମାରଙ୍କର ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ସହ କୌଣସି ଯୋଜନାରେ ସ୍ବଚ୍ଛତା ପାଇଁ ଆବଶ୍ୟକ ସଂଶୋଧନ କରିବା ଏବଂ ଲୋକଙ୍କ ପାଖରେ କୌଣସି ସେବାକୁ ସିଧାସଳଖ ପହଞ୍ଚାଇବାରେ ଆଗ୍ରହ ରହିଛି ବୋଲି ନିର୍ବାଚନ ଆୟୋଗ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। ସେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପରିଚାଳନା କରିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe