ଚାରି ଗ୍ରାମବାସୀ କଲରାପତରିଆ ଛୁଆକୁ ନିର୍ଯାତନା ଦେବାର ଭିଡିଓ ଭାଇରାଲ୍‌

Advertisment
ଚାରି ଗ୍ରାମବାସୀ କଲରାପତରିଆ ଛୁଆକୁ ନିର୍ଯାତନା ଦେବାର ଭିଡିଓ ଭାଇରାଲ୍‌

Image Grabbed from Video

ରାଜକୋଟ: ଗୋଟାଏ କଲରାପତରିଆ ଛୁଆକୁ ଚାରିଜଣ ଗ୍ରାମବାସୀ ନିର୍ଯାତନା ଦେଉଥିବା ଦୃଶ୍ୟସମ୍ବଳିତ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।

ଛୁଆ କଲରାପତରିଆକୁ ଲୋକେ ଗୋଟାଏ ଗଛ କେନାରେ ମାଡ଼ିବସି ବାଡ଼ିରେ କେଞ୍ଚାକେଞ୍ଚି କରୁଥିବା ବେଳେ ନିରୀହ ପ୍ରାଣୀଟି ତାଙ୍କ କବଳରୁ ଖସି ଯିବାକୁ ସାଧ୍ୟମତେ ଉଦ୍ୟମ କରୁଛି।

ତା’ର ବେକଶଣ୍ଢାକୁ ଧରିଥିବା ବ୍ୟକ୍ତିଜଣକ ସତର୍କ କରାଇ ଦେଇ କହୁଥିବାର ଶୁଣାଯାଉଛି: ହୁସିଆର୍‌, ୟା ମା ଆଖପାଖରେ ନିଶ୍ଚୟ ଅଛି।
ଅନ୍ୟ ଜଣେ କହୁଛନ୍ତି: ଇଏ ମୋତେ କାମୁଡ଼ିଛି, କିନ୍ତୁ ୟାର ଦାନ୍ତ ସବୁ ଖୁବ୍‌ କଅଁଳିଆ।

publive-image Image Grabbed from Video

୪୬ ସେକେଣ୍ଡ୍‌ର ଏହି ଭଡିଓଟି କେଉଁ ସ୍ଥାନରେ ଉତ୍ତୋଳିତ ହୋଇଛି ତାହା ଜଣାପଡ଼ି ନାହିଁ। ଗିର ବନ୍ୟଜନ୍ତୁ ଅଭୟାରଣ୍ୟ ଆଖପାଖରେ ଏହି ସ୍ଥାନ ହୋଇ ନ ଥିବା କଥା ବନ ବିଭାଗ କର୍ମଚାରୀମାନେ କହୁଛନ୍ତି।

ଜୁନାଗଡ଼ର ମୁଖ୍ୟ ବନ ସଂରକ୍ଷକ ଡି ଟି ବାସବଦା କହନ୍ତି: ଗ୍ରାମବାସୀମାନେ କହୁଥିବା ‘ମେକୁ’ ଏବଂ ‘ବଛ୍‌କୁ’ ଆଦି ଶବ୍ଦରୁ ଯାହା ଜଣାପଡୁଛି ରାଜ୍ୟର ଅନ୍ୟ ପ୍ରାନ୍ତରେ କେଉଁଠି ଏ ଭଳି କଥିତ ଭାଷା କୁହାଯାଉଥାଇ ପାରେ।

ସେ ଆହୁରି କହିଲେ କି, ଏଥି ନିମନ୍ତେ ସ୍ଥାନୀୟ ଗୁଇନ୍ଦା କର୍ମଚାରୀଙ୍କୁ ସୂଚନା ଦିଆଯାଇଛି। ଯଦି କୌଣସି ଅପରାଧୀ ହାବୁଡ଼ରେ ପଡ଼ନ୍ତି ତାଙ୍କୁ ନିଶ୍ଚୟ ଗିରଫ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe