ଦଶହରା ଅବସରରେ ଆଜି ସୀମାରେ ଶସ୍ତ୍ର ପୂଜା କରିବେ ପ୍ରତିରକ୍ଷା ମନ୍ତ୍ରୀ

Advertisment
ଦଶହରା ଅବସରରେ ଆଜି ସୀମାରେ ଶସ୍ତ୍ର ପୂଜା କରିବେ ପ୍ରତିରକ୍ଷା ମନ୍ତ୍ରୀ

NewsPoint

ନୂଆଦିଲ୍ଲୀ: ଚୀନ୍ ଉପରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଉତ୍ତେଜନା ତଥା ଅତ୍ୟଧିକ ଶୀତରେ ସୀମାରେ କଡା ପ୍ରହରୀ ଦେଉଥିବା ଭାରତୀୟ ଯବାନଙ୍କ ଆତ୍ମବିଶ୍ୱାସ ବଢାଇବାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ସିକ୍କିମରେ ଥିବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ପରିଦର୍ଶନ କରିବେ । ସେଠାରେ ସେ ଶସ୍ତ୍ର ପୂଜା କରିବାକୁ ଥିବାବେଳେ ତାଙ୍କ ସହ ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାନେ ମଧ୍ୟ ଉପସ୍ଥିତ ରହିବେ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ବିଜୟ ଦଶମୀ ଅବସରରେ ସିକ୍କିମର ସେରେଥଙ୍ଗରେ ଅସ୍ତ୍ର ପୂଜା କରିବେ। ଏଠାରେ ଥିବା ଯବାନ ଚୀନ ଓ ଭୁଟାନକୁ ଲାଗିଥିବା ସୀମାକୁ ସୁରକ୍ଷା ଦେଉଥିବାବେଳେ ସେମାନଙ୍କୁ ଆତ୍ମବିଶ୍ୱାସ ଦେବା ଉଦ୍ଦେଶ୍ୟରେ ରାଜନାଥ ସିକ୍କିମ ଯାଇଥିବାର ଜଣାପଡିଛି | ସୂଚନା ଥାଉ କି ଉଭୟ ସେନା ମୁଖ୍ୟ ଓ ପ୍ରତିରକ୍ଷା ମନ୍ତ୍ରୀ ଦାର୍ଜିଲିଂ ଏବଂ ସିକ୍କିମକୁ ଦୁଇ ଦିନିଆ ଯାତ୍ରାରେ ଯାଇଛନ୍ତି |

ଆଜି ଦୁହେଁ ଫରୱାର୍ଡ଼ ଏରିଆ ପରିଦର୍ଶନ କରିବେ ଏବଂ ସୈନିକମାନଙ୍କୁ ଭେଟିବେ | ଗତ ବର୍ଷ ମଧ୍ୟ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅସ୍ତ୍ରଶସ୍ତ୍ର ପୂଜା କରିଥିଲେ। ଗତ ବର୍ଷ ପ୍ରତିରକ୍ଷା ମନ୍ତ୍ରୀ ଦଶହରା ଅବସରରେ ଫ୍ରାନ୍ସରେ ଥିଲେ ଏବଂ ଯୁଦ୍ଧ ବିମାନ ରାଫେଲରେ ପୂଜା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe