ପ୍ରାର୍ଥୀପତ୍ର ଦାଖଲ କରିଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ

Advertisment
ପ୍ରାର୍ଥୀପତ୍ର ଦାଖଲ କରିଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ

photo.maalaimalar.com

ଲକ୍ଷ୍ନୌ : କେନ୍ଦ୍ର ଗୃହ ମନ୍ତ୍ରୀ ଏବଂ ଲକ୍ଷ୍ନୌ ଲୋକସଭା ଆସନର ବିଜେପି ପ୍ରାର୍ଥୀ ରାଜନାଥ ସିଂହ ଆଜି ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ରାଜନାଥ ସିଂହ ପ୍ରଥମେ ହନୁମାନ ସେତୁ ମନ୍ଦିରରେ ପୂଜା କରିଥିଲେ। ତାପରେ ଲକ୍ଷ୍ନୌରେ ଥିବା ବିଜେପି ମୁଖ୍ୟାଳୟଠାରୁ ପ୍ରାୟ ୧୨ କିଲୋମିଟର ଯାଏଁ ରୋଡ୍ ସୋ’ କରି ଏକ ରାଲିରେ ବାହାରିଥିଲେ। ଜିଲ୍ଲାପାଳଙ୍କ କାର୍ଯାଳୟରେ ପହଞ୍ଚି ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ। ଏହି ସମୟରେ ତାଙ୍କ ସହ ଦଳର ବହୁ ନେତା ଏବଂ ଜେଡିୟୁ ସାଧାରଣ ସଂପାଦକ କେ ସି ତ୍ୟାଗୀ ପ୍ରମୁଖ ଉପସ୍ଥିତ ଥିଲେ।

publive-image photo-navbharattimes

ଏହି ସମୟରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କିନ୍ତୁ ଉପସ୍ଥିତ ନ ଥିଲେ। ତେବେ ଉତ୍ତର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟ ଏବଂ ଦିନେଶ ଶର୍ମାଙ୍କ ସମେତ ଯୋଗୀ ସରକାରଙ୍କ ବହୁ ବରିଷ୍ଠ ମନ୍ତ୍ରୀ ଏଥିରେ ସାମିଲ ହୋଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ୨୦୧୪ରେ ରାଜନାଥ ସିଂହ ଏହି ଆସନରୁ ବହୁ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe