ଚୀନ୍ ଲଦାଖରେ ଭାରତର ୩୮,୦୦୦ ବର୍ଗ କିଲୋମିଟର ବେଆଇନ ଭାବେ ଦଖଲ କରିଛି: ପ୍ରତିରକ୍ଷା ମନ୍ତ୍ରୀ

ଚୀନ୍ ଲଦାଖରେ ଭାରତର ୩୮,୦୦୦ ବର୍ଗ କିଲୋମିଟର ବେଆଇନ ଭାବେ ଦଖଲ କରିଛି: ପ୍ରତିରକ୍ଷା ମନ୍ତ୍ରୀ

indiatoday

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ଭାରତ-ଚୀନ ମଧ୍ୟରେ ଚାଲିଥିବା ସଂଘର୍ଷକୁ ନେଇ ଆଲୋଚନା କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଚୀନ୍ ଲଦାଖରେ ଭାରତର ୩୮,୦୦୦ ବର୍ଗ କିଲୋମିଟର ବେଆଇନ ଭାବେ ଦଖଲ କରିଛି। ଏହା ସହ ଅରୁଣାଚଳ ପ୍ରଦେଶର ଭାରତ-ଚୀନ୍ ସୀମାର ପୂର୍ବ ସେକ୍ଟରରେ ପ୍ରାୟ ୯୦,୦୦୦ ବର୍ଗ କିଲୋମିଟର ନିଜର ବୋଲି ଚୀନ ଦାବି କରୁଥିବା କହିଛନ୍ତି ରାଜନାଥ ସିଂହ। ଏହା ସହ ଚୀନ ସେନା ଭାରତୀୟ ସୈନ୍ୟମାନଙ୍କୁ ପାଟ୍ରୋଲିଂ କରିବାରୁ ରୋକୁଛନ୍ତି କି ବୋଲି କଂଗ୍ରେସ ସଦସ୍ୟ ଏ.କେ ଆଣ୍ଟୋନି ପ୍ରଶ୍ନ କରିବା ପରେ ଉତ୍ତରରେ,ପୃଥିବୀର କୌଣସି ଶକ୍ତି ଭାରତୀୟ ସେନାକୁ ପାଟ୍ରୋଲିଂରୁ ରୋକି ପାରିବ ନାହିଁ ବୋଲି କହିଥିଲେ ରାଜନାଥ ସିଂହ।

 indiatoday

ଏହା ସହ ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ସମସ୍ତ ପ୍ରକାରର ଚେଷ୍ଟାକୁ ଚୀନ କିଭଳି ବିଫଳ କରୁଛି, ସେ ବିଷୟରେ ମଧ୍ୟ ରାଜନାଥ ସିଂହ ଜଣାଇଥିଲେ। ଚୀନୁ କହୁଛି ଗୋଟେ କଥା ଏବଂ କରୁଛି ଆଉ ଗୋଟେ କଥା ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ତାଙ୍କ କହିବା ମୁତାବକ, ଆମର ଦ୍ୱିପାକ୍ଷିକ ଚୁକ୍ତିନାମା ଏବଂ ପ୍ରୋଟୋକଲ୍ ଅନୁଯାୟୀ ଗ୍ରାଉଣ୍ଡ କମାଣ୍ଡରଙ୍କ ଦ୍ବାରା ଅଶାନ୍ତ ପରିସ୍ଥିତିକୁ ସୁଧାରିବା ପାଇଁ ଚେଷ୍ଟା କରାଯାଉଥିବା ବେଳେ ମେ ମାସ ମଧ୍ୟଭାଗରେ ଚୀନ୍ ଦଳ ପଶ୍ଚିମ କ୍ଷେତ୍ରର ଅନ୍ୟାନ୍ୟ ଅଞ୍ଚଳରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ହେଲେ ଏଲଏସିରେ ଆମର ସଶସ୍ତ୍ର ବାହିନୀର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚୀନ ସେନାର ଉଦ୍ୟମକୁ ବିଫଳ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe