ଏସ୍‌ସିଓ ଘୋଷଣାପତ୍ରରେ ସ୍ୱାକ୍ଷର କଲେନାହିଁ ରାଜନାଥ ସିଂହ

Advertisment

ଏସ୍‌ସିଓ ଘୋଷଣାପତ୍ରରେ ସ୍ୱାକ୍ଷର କରିବାକୁ ମନା କରିଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ତାଙ୍କର ବିଶ୍ବାସ ଘୋଷଣାପତ୍ରରେ ସ୍ୱାକ୍ଷର କରିଥି‌ଲେ ଆତଙ୍କବାଦ ଏବଂ ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଭାରତର ମତକୁ ଦୁର୍ବଳ କରିଦେଇଥାନ୍ତା, ଯେଉଁଥିରେ ୨୬ ଜଣ ପ୍ରାଣ ହରାଇଥିଲେ।

ଏସ୍‌ସିଓ ଘୋଷଣାପତ୍ରରେ ସ୍ୱାକ୍ଷର କରିବାକୁ ମନା କରିଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ତାଙ୍କର ବିଶ୍ବାସ ଘୋଷଣାପତ୍ରରେ ସ୍ୱାକ୍ଷର କରିଥି‌ଲେ ଆତଙ୍କବାଦ ଏବଂ ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଭାରତର ମତକୁ ଦୁର୍ବଳ କରିଦେଇଥାନ୍ତା, ଯେଉଁଥିରେ ୨୬ ଜଣ ପ୍ରାଣ ହରାଇଥିଲେ।

New Project (3)

ସଂଘାଇ: ସଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଦଲିଲରେ ସ୍ୱାକ୍ଷର କରିବାକୁ ମନା କରିଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ତାଙ୍କର ବିଶ୍ବାସ ଦଲିଲରେ ସ୍ୱାକ୍ଷର କରିଥି‌ଲେ ଆତଙ୍କବାଦ ଏବଂ ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଭାରତର ମତକୁ ଦୁର୍ବଳ କରିଦେଇଥାନ୍ତା, ଯେଉଁଥିରେ ୨୬ ଜଣ ପ୍ରାଣ ହରାଇଥିଲେ।

ସୂତ୍ର ଅନୁଯାୟୀ ଏସ୍‌ସିଓ ଅଧ୍ୟକ୍ଷତା କରୁଥିବା ଚୀନ୍ ଏବଂ ଏହାର "ସର୍ବକାଳୀନ ବନ୍ଧୁ" ପାକିସ୍ତାନ ଏସ୍‌ସିଓ ଘୋଷଣାପତ୍ରରେ ଆତଙ୍କବାଦ ଉପରୁ ଧ୍ୟାନ ହଟାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସିଂହ ଆତଙ୍କବାଦ ଉପରେ ଭାରତର ମତ ଉପରେ ଦୃଢ଼ ଭାବରେ ଅଟଳ ରହିଥିଲେ।

ଚୀନର କ୍ୱିଙ୍ଗଡାଓରେ ଅନୁଷ୍ଠିତ ଏସସିଓ ସମ୍ମିଳନୀରେ ପହଲଗାମ ଆକ୍ରମଣ ଏବଂ ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ଭାରତ ଏବଂ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀମାନେ ମୁହାଁମୁହିଁ ହୋଇଥିଲେ। 

ଏହି ଶିଖର ସମ୍ମିଳନୀରେ ସଂଗଠନର ସଦସ୍ୟ ରାଷ୍ଟ୍ର ଚୀନ, ରୁଷ, ପାକିସ୍ତାନ ଏବଂ ଭାରତ ଆଦିରୁ ପ୍ରତିରକ୍ଷା ନେତାମାନେ ଏକତ୍ରିତ ହୋଇଥିଲେ।

ଏସସିଓ ସମ୍ମିଳନୀରେ ରାଜନାଥ ପାକିସ୍ତାନ ଉପରେ ଗର୍ଜିଛନ୍ତି। ସେ ତାଙ୍କ ଭାଷଣରେ, ପାକିସ୍ତାନର ନାମ ନ ନେଇ ପାକିସ୍ତାନ ଉପରେ ଏକ ସମ୍ପୂର୍ଣ୍ଣ ଆକ୍ରମଣ ଆରମ୍ଭ କରି କହିଥିଲେ ଯେ କିଛି ଦେଶ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ପାଇଁ ସୀମାପାର ଆତଙ୍କବାଦକୁ "ନୀତିର ଉପକରଣ" ଭାବରେ ବ୍ୟବହାର କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe