ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବି କହିଲେ ‘ପୁଷ୍ପା’ର ଡାଏଲଗ୍ : ‘ଫାୟାର୍ ହୈ ହମାରା ପୁଷ୍କର୍, ଝୁକେଗା ନେହିଁ’

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବି କହିଲେ ‘ପୁଷ୍ପା’ର ଡାଏଲଗ୍ : ‘ଫାୟାର୍ ହୈ ହମାରା ପୁଷ୍କର୍, ଝୁକେଗା ନେହିଁ’

Pic Courtesy: News Track

ନୂଆଦିଲ୍ଲୀ: ଦକ୍ଷିଣ ଭାରତର ପ୍ରସିଦ୍ଧ ଅଭିନେତା ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମାନ୍ଦାନାଙ୍କ ଅଭିନୀତ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ପୁଷ୍ପା’ ଆଜିକାଲି ଖୁବ୍ ଚର୍ଚ୍ଚାରେ ଅଛି। ସୋସିଆଲ ମିଡିଆରେ ଏହି ଚଳଚ୍ଚିତ୍ର ଗୀତ, ଡାଏଲଗ୍ ଇତ୍ୟାଦି ଲୋକପ୍ରିୟ ହେବା ପରେ ରାଜନୀତିକୁ ମଧ୍ୟ ‘ପୁଷ୍ପା’ର ଡାଏଲଗ୍ ପହଞ୍ଚି ଯାଇଛି।

ଉତ୍ତରାଖଣ୍ଡର ଗଙ୍ଗୋଲିହାଟରେ ଏକ ଜନସଭାକୁ ସମ୍ବୋଧିତ କରୁଥିବା ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପୁଷ୍ପା ଚଳଚ୍ଚିତ୍ରର ଡାଏଲଗକୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ ଯୋଡି ଅଲଗା ଶୈଳୀରେ ପ୍ରସ୍ତୁତ କରିଥିଲେ। ସେ କହିଛନ୍ତି, ଆଜିକାଲି ‘ପୁଷ୍ପା’ ଚଳଚ୍ଚିତ୍ର ଖୁବ୍ ଚର୍ଚ୍ଚାରେ ଅଛି ଓ ଆମ ମୁଖ୍ୟମନ୍ତ୍ରୀଙ୍କ ନାମ ପୁଷ୍କର। କିନ୍ତୁ ଏହି ପୁଷ୍କର ନାମ ଶୁଣି କଂଗ୍ରେସର ଲୋକମାନେ ଭାବୁଛନ୍ତି ଏହି ପୁଷ୍କର ତ ଫ୍ଲାଓ୍ଵାର୍(ଫୁଲ) ଅଟେ। କିନ୍ତୁ ମୁଁ ସେମାନଙ୍କୁ କହିବାକୁ ଚାହୁଁଛି ଯେ ଆମର ପୁଷ୍କର ଫ୍ଲାଓ୍ଵାର୍(ଫୁଲ) ଓ ଫାୟାର୍(ନିଆଁ) ଉଭୟ। ଆମର ପୁଷ୍କର କେବେ ଅଟକିବ ନାହିଁ କି କେବେ ନଇଁବ ନାହିଁ।

ଏହା ପୂର୍ବରୁ ରାଜନାଥ ସିଂହ କଂଗ୍ରେସ ଦଳକୁ ପ୍ରବଳ ସମାଲୋଚନା କରି କହିଥିଲେ, ମୁଁ କଂଗ୍ରେସ ବିଷୟରେ କହିବାକୁ ଚାହୁଁଛି ଯେ ଏମାନଙ୍କର କିଛି ନୀତି ନାହିଁ, ଭାଗ୍ୟ ନାହିଁ ଓ ବିଶ୍ଵାସ କରିବାର ଇଛ୍ଛା ବି ନାହିଁ। କଂଗ୍ରେସ ସବୁବେଳେ ଦେଶ ଓ ରାଜ୍ୟକୁ ଲୁଟିଛି। ଆମେ ଉତ୍ତରାଖଣ୍ଡକୁ ଆଉ ନଇଁବାକୁ ଦେବୁ ନାହିଁ। ଉତ୍ତରାଖଣ୍ଡରେ କଂଗ୍ରେସର ଅବସ୍ଥା ଏପରି ହୋଇଛି ଯେ ସେମାନେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାର ଅବସ୍ଥାରେ ନାହାନ୍ତି। ତେଣୁ ସେମାନେ କୌଣସି ନେତାଙ୍କ ଘୋଷଣା କରିନାହାନ୍ତି। ତାଙ୍କ ଘରେ ହିଁ ନିଆଁ ଲାଗି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe