ରାଜନାଥ ସିଂହଙ୍କ ସାଲ୍ୟୁଟ୍‌କୁ ନେଇ ଆପତ୍ତି ଉଠାଇଲେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ୍‌

Advertisment
ରାଜନାଥ ସିଂହଙ୍କ ସାଲ୍ୟୁଟ୍‌କୁ ନେଇ ଆପତ୍ତି ଉଠାଇଲେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ୍‌

theprint

ନୂଆଦିଲ୍ଲୀ: କେନ୍ଦ୍ରରେ ନୂତନ ଭାବେ ପ୍ରତିରକ୍ଷା ମନ୍ତ୍ରାଳୟର ଦାୟିତ୍ୱ ଗ୍ରହଣ କରିଥିବା ରାଜନାଥ ସିଂହ ଏବେ ବିବାଦରେ ଫସିଛନ୍ତି। ସେ ତ୍ରୁଟିପୂର୍ଣ୍ଣ ଶୈଳୀରେ ସହିଦ୍‌ଙ୍କୁ ସଲାମି ଦେଇଥିବା ନେଇ ଅବସରପ୍ରାପ୍ତ ଲେଫ୍‌ଟନାଣ୍ଟ ଜେନେରାଲ୍‌ ଏଚ୍‌ଏସ୍‌ ପନାଗ ଆପତ୍ତି ଉଠାଇଛନ୍ତି। ଶ୍ରୀ ପନାଗ୍‌ ପ୍ରିଣ୍ଟରେ ପ୍ରକାଶିତ ଏକ ଲେଖାରେ ରାଜନାଥ ସିଂହଙ୍କ ସାଲ୍ୟୁଟ୍‌କୁ ନେଇ ଏହି ଆପତ୍ତି ଉଠାଇଛନ୍ତି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ସେନା ପ୍ରମୁଖଙ୍କ ସହିତ ରାଜନାଥ ସିଂହ ଜାତୀୟ ଯୁଦ୍ଧ ସ୍ମାରକୀରେ ପହଞ୍ଚ ସେଠାରେ ସାଲ୍ୟୁଟ୍‌ କରୁଥିବାର ଯେଉଁ ଫଟୋ ମିଡିଆରେ ଆସିଛି, ତା’କୁ ନେଇ ଏଚ ଏସ ନାଗ୍‌ ଆପତ୍ତି ଉଠାଇଛନ୍ତି। ତାଙ୍କର କହିବା କଥା ଯେ କେବଳ ରାଜନାଥ ସିଂହ ନୁହଁନ୍ତି,ବରଂ ତିନି ସେନା ପ୍ରମୁଖ ମଧ୍ୟ ଠିକ୍‌ ଶୈଳୀରେ ସାଲ୍ୟୁଟ୍‌ କରିନାହାନ୍ତି। ଏହା ସହିଦମାନଙ୍କ ପ୍ରତି ଅପମାନ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଅପେକ୍ଷା ଭଲ ହେବ ଆଦୌ ସାଲ୍ୟୁଟ୍‌ ନ କରିବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe