ପ୍ରତିରକ୍ଷାମନ୍ତ୍ରୀଙ୍କ ‘ମିଶନ ବର୍ଡର’ର ଆଜି ଦ୍ୱିତୀୟ ଦିନ: ଏଲଓସି ଗସ୍ତ କରି ସୀମାରେ ଯବାନଙ୍କ ମନୋବଳ ବୃଦ୍ଧି କରିବେ ରାଜନାଥ

ସେନା ପାଇଁ କିଣାଯିବ ବୁଲେଟପ୍ରୁଫ୍ ଜ୍ୟାକେଟ୍, କାର୍ବାଇନ ଓ ଡ୍ରୋନ ; ୨୮,୭୩୨ କୋଟିର ପ୍ରସ୍ତାବକୁ ସବୁଜ ସଂକେତ

image source- -new indian express

ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ମିଶନ ବର୍ଡର ଗସ୍ତର ଆଜି ଦ୍ୱିତୀୟ ଦିନ । କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ଗତକାଲି ପ୍ରଥମ ଦିନରେ ଲଦାଖ ଏଲଏସିରେ ସେନାର ପ୍ରସ୍ତୁତି ତଦାରଖ କରିବା ସହ ସ୍ଥିତିର ସମୀକ୍ଷା ରାଜନାଥ କରିଥିଲେ । ଏହା ପରେ ଫେରି ଆସିଥିଲେ ଶ୍ରୀନଗର । ଏଠାରେ ସେନା ଅଧିକାରୀଙ୍କ ସହ ଏଲଓସିର ସୀମା ସୁରକ୍ଷା ସ୍ଥିତି ନେଇ ସେ ଆଲୋଚନା କରିଛନ୍ତି ।
ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଆଜି ଏଲଓସିର କିଛି ଅଞ୍ଚଳ ଗସ୍ତ କରି ସୀମାରେ ଯବାନଙ୍କ ମନୋବଳ ବୃଦ୍ଧି କରିବା କାର୍ଯ୍ୟକ୍ରମ ରହିଛି । ଗତ କିଛି ମାସ ହେଲା ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲଂଘନ ସହ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ଏଲଓସିରେ ଜୋରଦାର ଉଦ୍ୟମ ହେଉଛି । ଏହାରି ଭିତରେ ଭାରତୀୟ ସେନା ଆଲର୍ଟ ରହି ଏହାର କଡ଼ା ଜବାବ ଦେଉଛି । ଏସବୁ ଭିତରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏଲଓସି ଗସ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।

publive-image   image source-india today

ସୂଚନାଯୋଗ୍ୟ, ଚୀନ୍ ସହ ଚାଲିଥିବା ଉତ୍ତେଜନା ମଧ୍ୟରେ ‌ସେ ଅଞ୍ଚଳର ସାମଗ୍ରିକ ନିରାପତ୍ତା ସ୍ଥିତି ସମୀକ୍ଷା କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ସକାଳେ ଲେହରେ ପହଞ୍ଚିଥିଲେ। ଚିଫ୍ ଅଫ୍ ଡିଫେନ୍‌ସ୍ ଷ୍ଟାଫ୍ ଜେନେରାଲ୍ ବିପିନ ରାୱାତ୍ ଏବଂ ସେନା ମୁଖ୍ୟ ଜେନେରାଲ୍ ମନୋଜ ମୁକୁନ୍ଦ ନରୱଣେ ମଧ୍ୟ ସିଂହଙ୍କ ସହ ଗସ୍ତରେ ଥିଲେ। ଲଦାଖରେ ଅବତରଣ କରିବା ପରେ ପ୍ରତିରକ୍ଷା ମନ୍ତ୍ରୀ ସ୍ତାକ୍‌ନା ଫର୍‌ୱାର୍ଡ ଅଞ୍ଚଳ ପରିଦର୍ଶନ କରିଥିଲେ। ସେଠାରେ ସୈନିକମାନେ ତାଙ୍କୁ ସଶସ୍ତ୍ରବାହିନୀର ପାରାଡ୍ରପିଙ୍ଗ୍ ଦକ୍ଷତା ଦେଖାଇଥିଲେ।
ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟ ଲୁକଙ୍ଗ ପୋଷ୍ଟରେ ଭାରତୀୟ ସେନା ଏବଂ ଆଇଟିବିପି କର୍ମଚାରୀଙ୍କ ସହ କଥାବାର୍ତ୍ତା ବେଳେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ ଯେ, ବିଶ୍ୱର କୌଣସି ଶକ୍ତି ଭାରତର ଏକ ଇଞ୍ଚ ମଧ୍ୟ ନେଇପାରିବ ନାହିଁ। ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦର ସମାଧାନ ପାଇଁ ଆଲୋଚନା ଚାଲିଛି। କଥାବାର୍ତ୍ତା ମାଧ୍ୟମରେ ଚୀନ୍ ସହ ବିବାଦର ସମାଧାନ ପାଇଁ ଭାରତ ଆଶା ରଖିଥିବାବେଳେ ଚୂଡ଼ାନ୍ତ ଫଳାଫଳର କଣ ହେବ ତାହାର କୌଣସି ଗ୍ୟାରେଣ୍ଟି ନାହିଁ ବୋଲି ସିଂ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe