image source--hindustantimes
ଚେନ୍ନାଇ:ତାମିଲ ସୁପରଷ୍ଟାରରୁ ରାଜନେତା ବନିବାକୁ ମନ ବଳାଇଥିବା ରଜନୀକାନ୍ତ ଅନେକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରୁଥିବାର ଲକ୍ଷ୍ୟ କରାଯାଉଛି। ହେଲେ ଏବେ ସୁପରଷ୍ଟାର ରଜନୀକାନ୍ତ ଏବେ ବିଜେପି ଉପରେ ଆକ୍ଷେପ କରିଛନ୍ତି ସେ କହିଛନ୍ତି ଯେ ଦଳ ଦୀର୍ଘ ସମୟ ଧରି ତାଙ୍କୁ ଗୈରିକ ରଙ୍ଗରେ ରଙ୍ଗାୟିତ କରିବାର ଚେଷ୍ଟା କରୁଛି, ହେଲେ ସେ ବିଜେପିର ଜାଲରେ ଫସିବେ ନାହିଁ । ରଜନୀକାନ୍ତ ଆହୁରି ମଧ୍ୟ କହିଛନ୍ତି କି ସେ କେଉଁ ଦଳରେ ସାମିଲ ହେବେ ସେଥିନେଇ ଏଯାଏଁ ନିଷ୍ପିତ୍ତି ନେଇନାହାନ୍ତି। ଉପଯୁକ୍ତ ସମୟ ଆସିଲେ ସେ ନିଜେ ଏହି ନିଷ୍ପିତ୍ତି ନେବେ ମଧ୍ୟ କହିଛନ୍ତି।
image-- live hindustanଆଗାମୀ ୨୦୨୧ରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିଲା ବେଳେ ରଜନୀକାନ୍ତଙ୍କ ଏହି ଅଭିଯୋଗ ବିଜେପି ଏହାର କିଭଳି ପ୍ରତିକ୍ରିୟା ରଖୁଛି ତାହା ଉପରେ ରହିଛି ସମସ୍ତଙ୍କ ନଜର। ସୂଚନାଯୋଗ୍ୟ ରଜନୀକାନ୍ତଙ୍କୁ ବିଜେପିରେ ସାମିଲ କରି ତାମିଲନାଡୁରେ ଦଳ ନିଜର ଦବଦବା ବଢ଼ାଇବାକୁ ଚାହୁଁଛି। ତେବେ କିଛି ମାସତଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଘୋଷଣା କରିଥିଲେ ଯେ ରଜନୀକାନ୍ତ ଆଗେ ନିଜ ମତ ସ୍ପଷ୍ଟ କରନ୍ତୁ ତାପରେ ଦଳ ତା’ଉପରେ ନିଷ୍ପତ୍ତି ନେବ।
Follow Us