ରାହୁଲ ଗାନ୍ଧି ନିଜ ପଦରୁ ଇସ୍ତଫା ଦେବା କୌଣସି ଆବଶ୍ୟକ ନାହିଁ: ରାଜନୀକାନ୍ତ

Advertisment
ରାହୁଲ ଗାନ୍ଧି ନିଜ ପଦରୁ ଇସ୍ତଫା ଦେବା କୌଣସି ଆବଶ୍ୟକ ନାହିଁ: ରାଜନୀକାନ୍ତ

ନୂଆଦିଲ୍ଲୀ: ନିକଟରେ ଲୋକସଭା ନିର୍ବାଚନ-୨୦୧୯ର ଫଳାଫଳ ବାହାରି ସାରିଛି। ଏଥିରେ ବିଜେପିର ଐତିହାସିକ ବିଜୟ ହୋଇଛି। ତେବେ ଏହାକୁ ନେଇ ଅଭିନେତା-ରାଜନେତା ରାଜନୀକାନ୍ତ ମଙ୍ଗଳବାର ଲୋକସଭା ନିର୍ବାଚନର ଫଳାଫଳକୁ ଏକ ବ୍ୟକ୍ତି ବିଶେଷଙ୍କ ବିଜୟ ବୋଲି କହିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପାର୍ଟି ହାରିବା ପାଇଁ ଇସ୍ତଫା ଦେବା କୌଣସି ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି।

ସମ୍ବାଦଦାତାଙ୍କ ସହିତ କଥା ହେଉଥିବା ସମୟରେ ରଜନୀକାନ୍ତ କହିଥିଲେ, ୨୦୧୯ରେ ସାଧାରଣ ନିର୍ବାଚନ ବିଜୟ କେବଳ ମୋଦିଙ୍କର ହୋଇଛି। ଜବାହାରଲାଲ ନେହେରୁ , ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି ଓ ଅଟଳ ବିହାରୀ ବାଜପେୟୀଙ୍କ ପରେ ମୋଦି ହିଁ ଏକମାତ୍ର ନେତା ଅଟନ୍ତି ଯିଏକି ନିଜ ଆଡକୁ ଜନତାଙ୍କୁ ଆକର୍ଷିତ କରୁଥିବା କରିସ୍ମା ରଖିଛନ୍ତି। ରଜନୀକାନ୍ତ ଆଗକୁ କହିଥିଲେ କି, ତାମିଲନାଡୁରେ ମୋଦି ବିରୋଧୀ ସ୍ୱର ଦେଖିବାକୁ ମିଳିଥିଲା । ରାହୁଲ ଗାନ୍ଧି ନିର୍ବାଚନ ସମୟରେ ଅଣ୍ଟାଭିଡ କାମ କରିଛନ୍ତି। କିନ୍ତୁ କଂଗ୍ରେସର ବରିଷ୍ଠ ନେତା ସଠିକ୍‌ ଭାବେ କାମ କରି ନାହାନ୍ତି। ତେଣୁ ରାହୁଲଙ୍କୁ ନିଜ ପଦରୁ ଇସ୍ତଫା ଦେବା ଆଦୌ ଆବଶ୍ୟକ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe