ମୋଦୀଜୀଙ୍କ ପାଇଁ ରାଜନୀତି ଛାଡ଼ିଲି ! ଜାଣନ୍ତୁ କାହିଁକି ଏଭଳି କହିଲେ ରାଜପାଲ

କଏଦୀମାନଙ୍କୁ ହସିବାର କଳା ଶିଖାଇବେ ରାଜପାଲ ଯାଦବ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ହାସ୍ୟ ଅଭିନେତା ରାଜପାଲ ଯାଦବ ତାଙ୍କ ଅଭିନୟ ଦ୍ୱାରା ପ୍ରଶଂସକମାନଙ୍କୁ ବହୁତ ପ୍ରଭାବିତ କରିଛନ୍ତି। ଏହି ଅଭିନେତା ସର୍ବ ସମ୍ଭବ ପାର୍ଟି (ଏସଏସପି) ଆରମ୍ଭ କରି ରାଜନୀତିରେ ପ୍ରବେଶ କରିଥିଲେ। କିନ୍ତୁ ପରେ ସେ ରାଜନୀତିରୁ ନିଜକୁ ଦୂରେଇ ରଖି ଅଭିନୟ ଉପରେ ଧ୍ୟାନ ଦେଇଥିଲେ। ଏବେ ରାଜପାଲ ଯାଦବ ରାଜନୀତି ଛାଡିବା ବିଷୟରେ କହି ଏହାର କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୋଲି ଜଣାଇଛନ୍ତି।

ନିଉଜ୍ ଏଜେନ୍ସି ଏଏନଆଇକୁ ସାକ୍ଷାତକାର ଦେଇ ରାଜପାଲ ଯାଦବ କହିଛନ୍ତି ଯେ, '୨୦୧୯ରେ, ମୋଦୀ ସାହେବଙ୍କ ଯୋଗୁଁ, ମୁଁ ରାଜନୀତିକୁ ସବୁଦିନ ପାଇଁ ଅଲବିଦା କହିଥିଲି। ମୁଁ ୪-୫ଟି ଜିନିଷ - ଜଳ, ଜଙ୍ଗଲ, ଭୂମି, ପରିବେଶ, ପର୍ବତ ପ୍ରତି ବହୁତ ଆଗ୍ରହୀ ଥିଲି। ମୁଁ ଅନୁଭବ କଲି ଯେ, ମୁଁ ଯାହା ବି ପରିବର୍ତ୍ତନ ଆଣିବାକୁ ଚାହୁଁଥିଲି, ମୋଦୀଜୀ ତାହା କରୁଛନ୍ତି। ବିଶେଷକରି ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତର ବିଷୟବସ୍ତୁ ସହିତ, ସେ ସମସ୍ତ ନାଗରିକଙ୍କୁ ସମସ୍ତ ପ୍ରତିକୂଳ ପରିସ୍ଥିତି ବିରୋଧରେ ଲଢ଼ିବା ପାଇଁ ଏକାଠି କରୁଥିଲେ। ତାହା କରିବା ହିଁ ମୋର ଲକ୍ଷ୍ୟ ଥିଲା। ହେଲେ ସେ ଏସବୁ କରୁଥିବା ଦେଖି ମୋର କୌଣସି ଆବଶ୍ୟକତା ନାହିଁ ବୋଲି ମୁଁ ଜାଣିଥିଲି। ସେଥିପାଇଁ ରାଜନୀତି ଛାଡ଼ି ପୁଣି ଥରେ ଅଭିନୟ ଦୁନିଆକୁ ଫେରିଥିଲି।'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe